ଅପରାଧ ରାଜ୍ୟ

ଅଜଣା ଗାଡି ଧକ୍କାରେ ଝିଙ୍କ ଗୁରୁତର, ସୁସ୍ଥ ହେବା ପରେ ଛଡାଯିବ ଜଙ୍ଗଲରେ

ଭୁବନ ୨୧/୧୦: ଦିନକୁ ଦିନ ସଫା ହେବାକୁ ବସିଛି ଜଙ୍ଗଲ । ଯାହା ଫଳରେ ବନ୍ୟ ଜନ୍ତୁୁ ଗାଁ ଓ ସହର ମୁହାଁ ହେବାରେ ଲାଗିଛନ୍ତି । ତେବେ ଅନେକ ଦୁର୍ଘଟଣାର ଶିକାର ହୋଇ ମରଣ ମୁହଁରେ ପଡୁଛନ୍ତି । ଭୁବନ ଥାନା ଜାତୀୟ ରାଜପଥ ୫୩ରେ ବିଭିନ୍ନ ସମୟରେ ଭାଲୁ, ସିଆଳ, ଏପରିକି ଅନେକ ପଶୁ ଗାଡି ଧକ୍କାରେ ଜୀବନ ହରାଉଛନ୍ତି ।

ଏହି କ୍ରମରେ ଗୁରୁବାର ରାତିରେ ଭୁବନ ଥାନା ଭୁଷଳ ମଠ ନିକଟରେ ଏକ ଝିଙ୍କ ମଧ୍ୟ ଦୁର୍ଘଟଣାରେ ଶିକାର ହୋଇଛି । ଝିଙ୍କଟି କ୍ଷତବିକ୍ଷତ ହୋଇ ପଡିଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଭୁବନ ବନ ବିଭାଗ । ଘଟଣାସ୍ଥଳରୁ ଗୁରୁତର ଝିଙ୍କଟିକୁ ଭୁବନ ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇଥିଲା । ଝିଙ୍କଟିର ପ୍ରାଥମିକ ଚିକିତ୍ସା ପରେ ତାକୁ କିଛି ଦିନ ବନ ବିଭାଗ ନିଜ ହେଫାଜତରେ ରଖି ସୁସ୍ଥ ହେବା ପରେ ତାକୁ ଜଙ୍ଗଲରେ ଛଡାଯିବ ବୋଲି ଜଣାପଡିଛି । ତେବେ ଝିଙ୍କଟିର ଓଜନ ଆଠ କିଲୋ ଥିବାବେଳେ ବୟସ ଦୁଇ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।