ଅପରାଧ ରାଜ୍ୟ

ସତ ଓଗାଳିବେ ଲେଡି ବ୍ଲାକମେଲରଙ୍କ ସ୍ୱାମୀ, ଜଗବନ୍ଧୁଙ୍କୁ ଉଠାଇ ନେଇ ପୋଲିସର ଜେରା

ଭୁବନେଶ୍ୱର ୨୧/୧୦: ଭୁବନେଶ୍ୱର ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍‌ ଗିରଫ ମାମଲା । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍‌ଙ୍କୁ ଉଠାଇନେଇ ଜେରା କରୁଛି ପୋଲିସ । ସକାଳୁ ସକାଳୁ କମିଶନରେଟ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଉଠାଇ ଆଣିଛି ଥାନାକୁ । ଏହା ପୂର୍ବରୁ ମଧ୍ୟ ଥରେ ଜଗବନ୍ଧୁଙ୍କୁ ପୋଲିସ ପଚରା ଉଚରା ପରେ ଛାଡି ଦେଇଥିଲେ । ଅଣ୍ଡରଟେକିଂ ଲେଖି ପୋଲିସ ଜଗବନ୍ଧୁଙ୍କୁ ଛାଡିଥିଲେ ।

ସୂଚନା ଥାଉକି, ଅର୍ଚ୍ଚନା ନାଗ୍‌, ଖଗେଶ୍ୱର ଓ ଜଗବନ୍ଧୁଙ୍କ ନାଁରେ ଏତଲା ଦେଇଥିଲେ ଜଣେ ପୀଡିତା । ଲେଡି ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍ ଲୋକଙ୍କୁ ବିଭିନ୍ନ ଆଳରେ ଲୋକଙ୍କୁ ବ୍ଲାକମେଲିଂ କରି ଭୁବନେଶ୍ୱରେ ରହି ଅୟସ କରୁଥିଲା । ନେତା ମନ୍ତ୍ରୀ ଟଙ୍କାରେ ଦାମୀ ଗାଡି, ପୁଳା ପୁଳା ଟଙ୍କାରେ ରାଜପ୍ରାସାଦ ଭଳି ବଙ୍ଗଳା କରି ରାଜଧାନୀରେ ବିଳାସ ପୂର୍ଣ୍ଣ ଜୀବନ କାଟୁଥିଲା ଅର୍ଚ୍ଚନା । ସିନେ ପ୍ରଯୋଜକଙ୍କୁ ବ୍ଲାକମେଲ କରି କୋଟି କୋଟି ଟଙ୍କା କମାଉଥିଲେ ।

ତେବେ ଅର୍ଚ୍ଚନା ନାଗ୍ ଗିରଫ ହେବା ପରଠୁ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । ପୋଲିସ ପଞ୍ଝାକୁ ଆସିବା ପରେ ଚାଲିଛି ତନାଘନା । ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବଡ ପୋଲିସ ଅଧିକାରୀ ବି ତାଙ୍କ ମାୟାଜାଲରେ ପଡିଥିଲେ । ଏବେ ଜଗବନ୍ଧୁଙ୍କୁ ଜେରା ପରେ କାହା ପାଳି ପଡିବ ତୋ ଉପରେ ରହିଛି ସମସ୍ତଙ୍କ ନଜର ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।