ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର, ମୋବାଇଲ୍‌ ଲାଇଟ୍‌ରେ ଚାଲିଛି ଚିକିତ୍ସା

ନିଆଳି ୨୦।୧୦: ସରକାରୀ ଡାକ୍ତରଖାନାରେ ରୋଗୀ ସେବାର ବିକଳ ଚିତ୍ର । ଡାକ୍ତରଖାନା ପରିସରରେ ଜଣେ ରୋଗୀଙ୍କୁ ଅଟୋ ଭିତରେ ମୋବାଇଲ୍‌ ଲାଇଟ୍‌ରେ ଇଞ୍ଜେକ୍ସନ ଓ ସାଲାଇନ୍‌ ଦେଇ ଚାଲିଛି ଚିକିତ୍ସା । ଯାହାର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ତେବେ ଏହା କୌଣଣି ଉପାନ୍ତ ଅଞ୍ଚଳରକଥା ନୁହଁ । ରାଜଧାନୀ ନିକଟରେ ଥିବା କଟକ ଜିଲ୍ଲା ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏପିରି ଦୃଶ୍ୟ ଦେଖିବାକୁ ମିଳିଛି । ନିଆଳି ପୂର୍ବ ଖଣ୍ଡ ବସ୍ତିର ଶେଖ -ସାଜିଦ ତାଙ୍କ ବାପାଙ୍କୁ ଚିକିତ୍ସା ନିମନ୍ତେ ମଙ୍ଗଳବାର ଦିନ ରାତି ୮.୩୦ରେ ନିଆଳି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ମାତ୍ର ଦୁଇଟି ବେଡ୍ ରହିଥିଲା । ତାହା କେବଳ ରୋଗୀଙ୍କ ପାଇଁ ବୋଲି କହିଥିଲେ । ଏହାପରେ ରୋଗୀଙ୍କୁ ଆଣିଥିବା ଅଟୋରେ ମୋବାଇଲ ଲାଇଟରେ ଇଞ୍ଜେକସନ ଓ ସାଲାଇନ ଲଗାଇ ଚିକିତ୍ସା କରିଥିଲେ ଦାୟିତ୍ୱରେ ଥିବା ଡାକ୍ତର ଓ ନର୍ସ।

ସେପଟେ ଏହି ଘଟଣାକୁ ନେଇ ରୋଗୀଙ୍କ ସଂପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ ଘଟଣାରେ ଦୁଃଖ ପ୍ରକାଶ କରିଛି । ଆଗକୁ ଏପରି ନକରିବାକୁ ଡାକ୍ତର ଓ ନର୍ସମାନଙ୍କୁ ତାଗିଦ୍‌ କରିଛନ୍ତି । ଡାକ୍ତରଖାନାର ନୂତନ ଗୃହ ନିର୍ମାଣ ପାଇଁ ରୋଗୀ ସେବା ବାଧାପ୍ରାପ୍ତ ହେଉଥିବା କହିଛନ୍ତି କର୍ତ୍ତୃପକ୍ଷ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ