ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ନୀଳଗିରି କଲେଜରେ ପୁଣି ଅଶାନ୍ତି, କଲେଜ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା

ନୀଳଗିରି ୧୯।୧୦: ବାଲେଶ୍ୱର ଜିଲ୍ଲା ନୀଳଗିରି କଲେଜରେ ପୁଣି ଥରେ ଛାତ୍ର ଅଶାନ୍ତି ଦେଖାଦେଇଛି । ଯୁକ୍ତ ୩ ବର୍ଷର ଛାତ୍ରଛାତ୍ରୀ କଲେଜର ଦୁଇ ଜଣ ଇଂରାଜୀ ଶିକ୍ଷକଙ୍କ ନାଁରେ ଗୁରୁତର ଅଭିଯୋଗ ଆଣି ଧାରାଣା ଦେଇଛନ୍ତି । ତୃତୀୟ ସେମିଷ୍ଟାରର ଇଣ୍ଟରନାଲ ଇଂରାଜୀ ପରୀକ୍ଷାରେ ଅଧ୍ୟାପକ ଶିଳ୍ପା ମିଶ୍ର ଓ ନଳିନୀକାନ୍ତ ପାଢି ଜାଣିଶୁଣି ଛାତ୍ରଛାତ୍ରୀଙ୍କ ମାର୍କ କମ୍‌ କରିଥିବା ଅଭିଯୋଗ ଆସିଛି ।

ସେହିପରି ଦୁଇ ଅଧ୍ୟାପକ ସଠିକ୍‌ ଭାବେ କ୍ଲାସ କରୁନଥିବା ବେଳେ ଏଭଳି ମାର୍କେ ଆକ୍ରୋଶମୂଳକ ଭାବେ ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ । ଯାହାକୁ ନେଇ ପୂର୍ବରୁ ମଧ୍ୟ କଲେଜ ସମ୍ମଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯାହାପରେ ଉକ୍ତ ଅଧ୍ୟାପକଙ୍କୁ ଡାକି କଲେଜ ଅଧ୍ୟକ୍ଷ ଆଲୋଚନା କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିଲା । ତେବେ ଯେପର୍ଯ୍ୟନ୍ତ ଉଚିତ୍‌ ନ୍ୟାୟ ମିଳିନାହିଁ, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି