ଅପରାଧ ରାଜ୍ୟ

ପୋଲିସ୍‌କୁ ଚୋରଙ୍କ ଖୋଲା ଚ୍ୟାଲେଞ୍ଜ, କାନ୍ଥ କାଟି ଦୋକାନରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଗହଣା

କେନ୍ଦୁଝର ୧୯/୧୦: କେନ୍ଦୁଝରରେ ପୋଲିସକୁ ଚୋରଙ୍କ ଖୋଲା ଚ୍ୟାଲେଞ୍ଜ । ସହର ମଝିରେ ଥିବା ଏସପିଙ୍କ ଅଫିସ୍ ସମ୍ମୁଖରେ ମାତ୍ର ୧୦ ମିଟର ଦୂରରେ ଥିବା ସାଇରାମ ଜୁଏଲର୍ସରୁ କାନ୍ଥ କାଟି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ।

ଦୁର୍ବୃତ୍ତମାନେ ସାଇରାମ ଜୁଏଲର୍ସର କାନ୍ଥ କାଟି ଡିସପ୍ଳେରେ ସଜା ହୋଇଥିବା ପ୍ରାୟ ୫୦୦ ଗ୍ରାମ ଓଜନର ସୁନା ଓ ୫ କେଜି ଓଜନର ରୂପା ଗହଣା ଲୁଟି ନେଇଛନ୍ତି । ଆଗକୁ ଧନତରାସ ଥିବାରୁ ଦୋକାନରେ ସୁନା ରୂପାର ଅଳଙ୍କାର ଭର୍ତ୍ତି ହୋଇରହିଥିଲା । ତେବେ ପୋଲିସ ନିଷ୍କ୍ରିୟତାର ସୁଯୋଗ ନେଇ ଲୁଟେରାମାନେ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଗ୍ରହଣା ।

ହେଲେ ଦୋକାନ ଭିତରେ ଥିବା ଲକର ଟିକୁ ଚୋର ମାନେ ଚେଷ୍ଟା କରି ସୁଦ୍ଧା ଭାଙ୍ଗିପାରି ନଥିଲେ ଫଳରେ ସୌଭାଗ୍ୟ କ୍ରମେ ତା ଭିତରେ ଥିବା ଅଳଙ୍କାର ରହିଯାଇଛି । ଆଜି ସକାଳୁ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।