ଅପରାଧ ରାଜ୍ୟ

ତାମିଲନାଡୁରେ ଦାଦନ ଶ୍ରମିକ ମୃତ, ପ୍ରଶାସନର ସହାୟତାରେ ଫେରିଲା ମୃତଦେହ

ବୌଦ୍ଧ ୧୯।୧୦ : ତାମିଲନାଡୁରେ ଦାଦନ ଶ୍ରମିକଙ୍କ ମୃତ୍ୟୁ। ବୌଦ୍ଧ ସହରର ଖଦଲ ସାହିର ଯୁବକ ଫିରୋଜ ଅରବାଜ ଖାଁ ତାମିଲନାଡୁରେ ଦାଦନ ଖଟିବାକୁ ଯାଇ ବାଇକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ପ୍ରଶାସନ ସହାୟତାରେ ପୈତୃକ ଗ୍ରାମକୁ ଅରବାଜଙ୍କ ମୃତଦେହ ଫେରିଛି।

ଖବର ଅନୁଯାୟୀ, ଖଦଲ ସାହିର ଯୁବକ ଫିରୋଜ ଅରବାଜ ଖାଁ କୋଏମ୍ବାଟୁରକୁ ଦାଦନ ଖଟିବାକୁ ଯାଇଥିଲେ। ଗତ ୧୫ ତାରିଖ ରାତିରେ ଅନ୍ନୁର ସହରରେ ଏକ ବାଇକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ତାଙ୍କର ମୃତଦେହ କିପରି ବୌଦ୍ଧକୁ ଅଣାଯିବ ସେନେଇ ପରିବାର ଲୋକେ ଚିନ୍ତାରେ ଥିଲେ । ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଏହି ଘଟଣାରେ ତତ୍ପରତା ପ୍ରକାଶ କରି ମୃତଦେହ ଆଣିବାକୁ ପ୍ରୟାସ କରିଥିଲା । ଏକ ଆମ୍ବୁଲାନ୍ସ ଯୋଗେ ଅରବାଜଙ୍କ ମୃତଦେହ ନିଜ ଘରେ ପହଞ୍ଚିଛି। ସ୍ଥାନୀୟ କବରସ୍ତାନରେ ତାଙ୍କୁ କବର ଦିଆଯାଇଛି । ୨ ବର୍ଷ ହେଲା ଅରବାଜ କୋଏମ୍ବାଟୁର ଅଞ୍ଚଳର ଅଗଷ୍ଟକାନ ନାମକ ଏକ କମ୍ପାନୀରେ କାମ କରୁଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।