କୁଚିଣ୍ଡା ୧୮/୧୦: ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ବଡରମା ରେଂଜ ତିଲେଇମାଲ ଗ୍ରାମ୍ୟ ପତ୍ରା ଜଙ୍ଗଲରେ ଦୁଇ ହାତୀ ମୃତ୍ୟୁ ଘଟଣାରେ ବନବିଭାଗ ୩ଜଣଙ୍କୁ ଗିରଫ କରି ଗତକାଲି ବିଳମ୍ବିତ ରାତିରେ କୋର୍ଟ ଚାଲାଣ କରିଛି । ଗତ ୬ ତାରିଖରେ ତିଲେଇମାଲ ଗ୍ରାମ୍ୟ ପତ୍ରାଜଙ୍ଗଳରେ ଗୋଟିଏ ମାଈ ଓ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା ।
ବାମରା ବନଖଣ୍ଡ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ, ଭୁବନେଶ୍ୱରରୁ ଜଏଣ୍ଟ ଟାକ୍ସଫୋର୍ସ କମିଟିର ୪ଜଣିଆ ଦଳ ମଧ୍ୟ ତଦନ୍ତ କରିଥିଲେ । ହାତୀ ମୃତ୍ୟୁ ଘଟଣାରେ ତିଲେଇମାଲ ଗ୍ରାମର ୩ ଜଣ ବୁଧୁ ବଲୁଆ , କାଜଳ ମାଝୀ ଓ ବୀର୍ସା ଭଗତ ପ୍ରମୁଖଙ୍କୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି । ଫସଲରେ କୀଟନାଶକ ପ୍ରୟୋଗ ପରେ ହାତୀ ଖାଇଥିବାରୁ ଏବଂ ବିଦ୍ୟୁତ ଜନିତ ଆଘାତ ହୋଇଥିବା କୁହାଯାଉଥିବା ବେଳେ, ବନବିଭାଗ ଅଧିକାରୀ ଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।