ଅପରାଧ ରାଜ୍ୟ

ହାତୀ ଘଟଣାରେ ଆକ୍ସନ, ୩ ଜଣଙ୍କୁ ଗିରଫ କଲା ବନବିଭାଗ

କୁଚିଣ୍ଡା ୧୮/୧୦: ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ବଡରମା ରେଂଜ ତିଲେଇମାଲ ଗ୍ରାମ୍ୟ ପତ୍ରା ଜଙ୍ଗଲରେ ଦୁଇ ହାତୀ ମୃତ୍ୟୁ ଘଟଣାରେ ବନବିଭାଗ ୩ଜଣଙ୍କୁ ଗିରଫ କରି ଗତକାଲି ବିଳମ୍ବିତ ରାତିରେ କୋର୍ଟ ଚାଲାଣ କରିଛି । ଗତ ୬ ତାରିଖରେ ତିଲେଇମାଲ ଗ୍ରାମ୍ୟ ପତ୍ରାଜଙ୍ଗଳରେ ଗୋଟିଏ ମାଈ ଓ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା ।

ବାମରା ବନଖଣ୍ଡ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ, ଭୁବନେଶ୍ୱରରୁ ଜଏଣ୍ଟ ଟାକ୍ସଫୋର୍ସ କମିଟିର ୪ଜଣିଆ ଦଳ ମଧ୍ୟ ତଦନ୍ତ କରିଥିଲେ । ହାତୀ ମୃତ୍ୟୁ ଘଟଣାରେ ତିଲେଇମାଲ ଗ୍ରାମର ୩ ଜଣ ବୁଧୁ ବଲୁଆ , କାଜଳ ମାଝୀ ଓ ବୀର୍ସା ଭଗତ ପ୍ରମୁଖଙ୍କୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି । ଫସଲରେ କୀଟନାଶକ ପ୍ରୟୋଗ ପରେ ହାତୀ ଖାଇଥିବାରୁ ଏବଂ ବିଦ୍ୟୁତ ଜନିତ ଆଘାତ ହୋଇଥିବା କୁହାଯାଉଥିବା ବେଳେ, ବନବିଭାଗ ଅଧିକାରୀ ଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।