ଅପରାଧ ରାଜ୍ୟ

ମହାପ୍ରଭୁଙ୍କ ମହାପ୍ରସାଦକୁ ଅସମ୍ମାନ; ମହାପ୍ରସାଦ ବିକ୍ରିରେ ଦଲାଲି, ୬ ଅଟକ

ପୁରୀ : ଶ୍ରୀମନ୍ଦିରର ଆନନ୍ଦ ବଜାରରେ ବିକ୍ରି ହେଉଥିବା ମହାପ୍ରସାଦ ବିକ୍ରିରେ ବି ଚାଲିଛି କମିସନ ବେପାର। ଏ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ପୁଲିସର ନିଦ ଭାଙ୍ଗିଛି। ଶ୍ରୀମନ୍ଦିର ଉତ୍ତରଦ୍ବାରରେ ଚଢ଼ା କମିସନ ନେଇ ମହାପ୍ରସାଦ ବିକ୍ରି କରୁଥିବା ୬ଜଣ ଦଲାଲଙ୍କୁ ପୁଲିସ ଧରିଛି। ଏ ସମ୍ପର୍କରେ ସିଂହଦ୍ବାର ଥାନା ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି କରାଯାଇଛି। ଅଟକ ଦଲାଲ ଶ୍ରୀମନ୍ଦିର ପ୍ରଶାସନ ସ୍ବୀକୃତପ୍ରାପ୍ତ କି ନୁହେଁ, ତାହାର ସ୍ପଷ୍ଟୀକରଣ ମାଗିଛି।

ଆନନ୍ଦବଜାରକୁ ଛାଡ଼ିଦେଲେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଅନ୍ୟ କୌଣସି ସ୍ଥାନରେ ମହାପ୍ରସାଦ ବିକ୍ରି କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିବା ବେଳେ ଶ୍ରୀମନ୍ଦିର ବାହାରେ ଏଭଳି ବେଆଇନ ଭାବେ ଅବଢ଼ା ବିକ୍ରିକୁ ନେଇ ପ୍ରଶ୍ନ ଉଠିଛି। ସୁଆର ସେବାୟତଙ୍କ ବ୍ୟତୀତ ଶ୍ରୀମନ୍ଦିର ବାହାରେ କେଉଁ ଅଣସେବାୟତମାନେ ଏଭଳି ଅବଢ଼ା ବିକ୍ରି କରୁଛନ୍ତି, ସେମାନଙ୍କୁ କିପରି ଚିହ୍ନଟ କରାଯିବ ବୋଲି ପ୍ରଶ୍ନ ଉଠିଥିଲା। ତେଣୁ ପୁଲିସ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଆଜି ଏକ ଚିଠି ମାଧ୍ୟମରେ କୁହାଯାଇଛି ଯେ ଆନନ୍ଦ ବଜାର ମଧ୍ୟରେ କେଉଁ ସୁଆର ସେବାୟତ ଓ ସେମାନଙ୍କ ପାଖରେ କେଉଁ ଅଣସେବାୟତମାନେ କାମ କରୁଛନ୍ତି, ସେମାନଙ୍କୁ ଚିହ୍ନଟ କରି ପରିଚୟ ପତ୍ର ପ୍ରଦାନ କରାଯାଉ। ସୁତରାଂ ଭବିଷ୍ୟତରେ ଆନନ୍ଦ ବଜାରରେ ବିନା ପରିଚୟପତ୍ରଧାରୀ ଅଣସେବାୟତମାନଙ୍କର ପ୍ରବେଶ ରହିବ ନାହିଁ ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡା କହିଛନ୍ତି।

ସେ କହିଛନ୍ତି ଯେ ଶ୍ରୀମନ୍ଦିର ବାହାରେ ଚଢ଼ା ଦରରେ କମିସନ ରଖି ଅବଢ଼ା ବିକ୍ରି ହେଉଥିବା ନେଇ ବିଭିନ୍ନ ସମୟରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଏହି ଅଭିଯୋଗକୁ ଗୁରୁତ୍ବ ଦେଇ ଆଜି ସିଂହଦ୍ବାର ଥାନା ଆଇଆଇସି ଶ୍ବେତପଦ୍ମା ଦାଶ ଉତ୍ତରଦ୍ବାର ନିକଟରୁ ୬ ଜଣ ଦଲାଲଙ୍କୁ ଧରିଛନ୍ତି। ପୁଲିସର ପଚରାଉଚରା ବେଳେ ଅଟକ ୬ଜଣ ଦଲାଲ କିଛି ନିର୍ଦ୍ଦିଷ୍ଟ ସୁଆରଙ୍କ ନିର୍ଦ୍ଦେଶକ୍ରମେ ଉତ୍ତରଦ୍ବାର ନିକଟରେ ମହାପ୍ରସାଦ ଚଢ଼ା ଦରରେ ବିକ୍ରି କରୁଥିବା ସ୍ବୀକାର କରିଛନ୍ତି। ପୁଲିସ ବି ସେହି ସୁଆରଙ୍କୁ ଡାକି ପଚରାଉଚରା କରିଛି। ସେମାନେ ମଧ୍ୟ ଏହି ଦଲାଲମାନଙ୍କୁ ନିୟୋଜିତ କରିଥିବା ସ୍ବୀକାର କରିଥିଲେ। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି କରାଯାଇଛି। ତେବେ ଆଗାମୀ ଦିନରେ ଯଦି କୌଣସି ଦଲାଲ ଏଭଳି ଚଢ଼ା ଦରରେ ଅବଢ଼ା ବିକ୍ରି କରନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପଣ୍ଡା କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।