ଅପରାଧ ଦେଶ ବିଦେଶ

CBIରେ ହାଜର ହେବେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ସିସୋଦିଆ, ସକାଳ ୧୧ଟାରେ ହାଜିରା ଲାଗି ନୋଟିସ୍

ନୂଆଦିଲ୍ଲୀ ୧୭/୧୦: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ସମନ୍ । ଦିଲ୍ଲୀ ଏକ୍ସାଇଜ୍ ପଲିିସିକୁ ନେଇ ମନୀଷ ସିସୋଦିଆଙ୍କୁ ଆଜି ସକାଳ ୧୧ଟାରେ ଦିଲ୍ଲୀରେ ସିବିଆଇ ନିକଟରେ ହାଜର ହେବାକୁ ପଡ଼ିବ । ଏଥିପାଇ ସିବିଆଇ ନୋଟିସ୍ ପଠାଇଛି। ଏହାର ଜବାବରେ ମନୀଷ ସିସୋଦିଆ କହିଛନ୍ତି ସତ୍ୟମେବ ଜୟତେ ।

ଦିଲ୍ଲୀ ଏକ୍ସସାଇଜ୍ ପଲିସି ମାମଲାରେ ମନୀଷ ସିସୋଦିଆଙ୍କ ବିରୋଧରେ ୨ଟି ପ୍ରମୁଖ ମାମଲା ରହିଛି । ମନୀଷ ସିସୋଦିଆଙ୍କ ବିରୋଧରେ ଅଭିଯୋଗ ଅଛି ଯେ ଯେତେବେଳେ ଦିଲ୍ଲୀ ଅବକାରୀ ବିଭାଗ ଦ୍ବାରା ମଦ ଦୋକାନକୁ ଲାଇସେନ୍ସ ଜାରି କରାଗଲା ସେତେବେଳେ ମନୀଷ ସିସୋଦିଆଙ୍କ ଦ୍ବାରା ପ୍ରାଇଭେଟ୍ ଭେଣ୍ଡର୍ସଙ୍କୁ ୧୪୪ କୋଟି ୩୬ ଲକ୍ଷ ଟଙ୍କାର ଫାଇଦା ପହଞ୍ଚାଯାଇଛି । କାରଣ ଏହି ସମୟରେ ସେତିକି ମୂଲ୍ୟର ଲାଇସେନ୍ସ ଛାଡ଼ କରାଯାଇଛି ।

ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ନିକଟରେ ED ସମୀର ମହେନ୍ଦ୍ରଙ୍କୁ ଗିରଫ କରିଛି। ସମୀର ମହେନ୍ଦ୍ରୁ ହେଉଛନ୍ତି ମନୀଷ ସିସୋଦିଆଙ୍କ ନିକଟତର ବ୍ୟକ୍ତି। ସିବିଆଇର ସମନ ମିଳିବା ପରେ ମନୀଷ ସିସୋଦିଆ ଟ୍ବିଟ୍ କରିଛନ୍ତି ଯେ ତାଙ୍କ ଘରେ ୧୪ ଘଣ୍ଟା ସିବିଆଇ ରେଡ୍ ହୋଇଥିଲେ ମଧ୍ୟ କିଛି ମିଳିନଥିଲା। ତାଙ୍କର ବ୍ୟାଙ୍କ ଲକର ଯାଞ୍ଚ କରାଯାଇଥିଲେ ମଧ୍ୟ କିଛି ମିଳିନଥିଲା । ତାଙ୍କ ଗାଁରୁ ମଧ୍ୟ ସିବିଆଇକୁ କିଛି ମିଳିନଥିଲା।

ଆଉ ତାଙ୍କୁ ସିବିଆଇ ମୁଖ୍ୟାଳୟକୁ ଡକାଯାଇଛି। ସେ ଯିବେ ଏବଂ ପୁରା ସହଯୋଗ କରିବେ ବୋଲି ମନୀଷ ସିସୋଦିଆ ଟ୍ବିଟ୍ କରିଛନ୍ତି। ଦିଲ୍ଲୀ ଏକ୍ସାଇଜ୍ ପଲିସିକୁ ନେଇ ସିବିଆଇ ପକ୍ଷରୁ ରୁଜୁ ହୋଇଥିବା ମାମଲାରେ ମନୀଷ ସିସୋଦିଆଙ୍କ ନାଁ ସବୁଠୁ ଉପରେ ଅଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ