ଅପରାଧ ରାଜ୍ୟ

ବେଆଇନ୍‌ ଭାବେ ହେଉଥିଲା ଗୋରୁ ଚାଲାଣ, କାବୁ ଥାନାରେ ଜିମା ଦେଲେ ଲୋକେ

ବ୍ରହ୍ମପୁର ୧୭।୧୦ : ବେଆଇନ୍‌ ଗୋରୁ ଚାଲାଣର ପର୍ଦ୍ଦାଫାଶ । ଫାଷ୍ଟ ଗେଟ୍‌ ନିକଟରୁ ଗାଡିକୁ ଅଟକ ରଖି ଥାନାରେ ଜିମା ଦେଇଛନ୍ତି ବଜରଙ୍ଗ ଦଳ ଓ କିଛି ପଶୁପ୍ରେମୀ ଯୁବକ । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି ।

ଖବର ଅନୁଯାୟୀ, ୫ଟି ପିକ୍‌ଅପ୍‌ ଭ୍ୟାନ୍‌ରେ ବାହାର ଜାଗାକୁ ଗାଇ ଚାଲାଣ ହେଉଥିବା ନେଇ ସୂଚନା ମିଳିଥିଲା । ଏହାପରେ ଉକ୍ତ ପିକ୍‌ଅପ୍‌ ଭ୍ୟାନ୍‌କୁ ଅଟକ ରଖିଥିଲେ କିଛି ଲୋକ । ଚୋରା ଚାଲାଣରେ ସାମିଲ ଥିବା ୬ଜଣଙ୍କୁ କାବୁ କରି ବଡ଼ବଜାର ଥାନା ପୋଲିସର ଜିମା ମଧ୍ୟ ଦିଆଯାଇଛି । ତେବେ କିଏ ଓ କେଉଁଠିଟି ଏହି ଗୋରୁ ଚାଲାଣ କରୁଥିଲା । ସେନେଇ ତଦନ୍ତ ଜାରି ରଖିଛି ବଡ଼ବଜାର ଥାନା ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।