ଅପରାଧ ରାଜ୍ୟ

କାର୍ ସହ ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ମାଫିଆ ଗିରଫ

ମୁନିଗୁଡା ୧୪/୧୦: ରାୟଗଡା ଜିଲ୍ଲା ବିଷମ କଟକ ପୋଲିସ୍‌କୁ ବଡ଼ ସଫଳତା । ଓଡବା ଠାରୁ ମହାରାଷ୍ଟ୍ରକୁ ଯାଉଥିବା ଗଞ୍ଜେଇ ବୋଝେଇ କାର ସହ ୨ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ବିଷମ କଟକ ପୋଲିସ ।

ସ୍ଥାନୀୟ ଖ୍ରୀଷ୍ଟିଆନ ହସ୍ପିଟାଲ ଛକରେ ବିଷମ କଟକ ପୋଲିସର ଚେକିଂ ଚାଲିଥିବା ବେଳେ ଏକ ମାରୁତି ସୁଇଫଟ୍ କାରକୁ ଅଟକାଇ ଥିବା ବେଳେ ଗାଡିଟି ନଅଟକି ଦ୍ରୁତଗତିରେ ଚାଲିଯାଇଥିଲା । ପୋଲିସ୍ ଏହାକୁ ସନ୍ଦେହ କରି କାରକୁ ଗୋଡାଇ ଗୋଡାଇ ଚାଞ୍ଚରାଗୁଡା ଗ୍ରାମ ନିକଟରେ ଗାଡିଟିକୁ ଅଟକାଇବାରେ ସକ୍ଷମ ହୋଇଥିଲେ ।

ଗାଡିଚାଳକ ସମେତ ଗାଡିରେ ବସିଥିବା ସହଯୋଗୀଙ୍କୁ ଥାନାକୁ ଆଣି ପଚରାଉଚରା କରିବା ସହ ଗାଡି ଯାଞ୍ଚ କରିଥିବାରୁ ଗାଡି ଡିକି ଏବଂ ସିଟ୍ ତଳେ ଗଞ୍ଜେଇ ଠାବ କରିଥିଲେ । ଠାବ ହୋଇଥିବା ଗଂଜେଇ ବସ୍ତା ଗୁଡିକ ଓଜନ କରାଯିବାରୁ ସମୁଦାୟ ୧୫୦ କେଜି ୭୮୦ଗ୍ରାମ୍ ଗଂଜେଇ ରହିଥିବାର ଜଣାଯାଇଛି ।

ଗଞ୍ଜେଇ ଚୋରା ଚାଲାଣ କରୁଥିବା ମାଫିଆ ମାନେ ହେଉଛନ୍ତି ମହାରାଷ୍ଟ୍ର ରାଜ୍ୟର ଧୁଲେଇ ଜିଳ୍ଲାର ରାହୁଲ୍ କସବ୍ ଏବଂ ସୁରେସ୍ ୟୁବ୍ରାଜ ନକୁମ୍ବ । ସଂପୃକ୍ତ ଯୁବକଙ୍କ ଠାରୁ ଦୁଇ ଗୋଟି ମୋବାଲଇ ଫୋନ୍, ନଗଦ ୫୦୦୦ ଟଙ୍କା ଜବତ କରାଯାଇଛି । ଏଥିସହ କାରରୁ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୭ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।