ଅପରାଧ ରାଜ୍ୟ

ମହଙ୍ଗା ପଡିଲା ପ୍ରେମ ବିବାହ, ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଙ୍କୁ ହତ୍ୟା ଅଭିଯୋଗ

ସୋର ୧୪/୧୦: ଝିଅକୁ ଭଲ ପାଇ ବିବାହ କରିବା ମହଙ୍ଗା ପଡିଲା ଛାତ୍ରକୁ । ଛାତ୍ର ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ମା । ମାଆଙ୍କ ଅଭିଯୋଗ ଅନୁଯାୟୀ ବାଲେଶ୍ଵର ଜିଲ୍ଲା ସୋର ଥାନା ମଧୁସୂଦନ ପୁର ଡ଼ଗରା ଗ୍ରାମର ମୋହନ ମଲ୍ଲିକଙ୍କ ପୁଅ ଶୁସାନ୍ତ ମଲ୍ଲିକ ଗଣ୍ଡିବେଡ଼ କଲେଜ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ।

ସୁଶାନ୍ତ ସେହି ନିକଟ ଅଞ୍ଚଳର ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀଙ୍କୁ ପ୍ରେମ କରି ବସିଥିଲେ । ଉଭୟ ଉଭୟଙ୍କୁ ଭଲ ପାଇ ଶେଷରେ ଏକ ମନ୍ଦିରରେ ଉଭୟ ବିବାହ କରିଥିଲେ । ବିବାହ କରିଥିବା ଝିଅକୁ ଘରକୁ ଆଣିବାକୁ ପୁଅ ତା ମାଙ୍କୁ ଜଣାଇଥିଲେ । ପୁଅ ଘର ଲୋକ ରାଜି ମଧ୍ୟ ହୋଇଥିଲେ ।

ଗତକାଲି ହଠାତ ଗାଁର କିଛି ଦୂରରେ ପୁଅ ସୁଶାନ୍ତଙ୍କର ମୃତଦେହ ପଡିଥିବାର ଜାଣିବାକୁ ପାଇଥିଲେ ପରିବାର ଲୋକ । ସଙ୍ଗେ ସଙ୍ଗେ ପୁଅକୁ ସୋର ମେଡ଼ିକାଲ ନେଇଥିଲେ ସେଠି ପୁଅର ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ମାଆ ନୟନା ମଲ୍ଲିକ ଅଭିଯୋଗ ମୋ ପୁଅ ଝିଅକୁ ଭଲପାଇ ବାହା ହୋଇଥିବା ଯୋଗୁ ଝିଅ ଓ ତାର ବାପା ମୋ ପୁଅ ସୁଶାନ୍ତକୁ ମାରିଦେଇଥିବା ନେଇ ସୋର ଥାନାରେ ଅଭିଯୋଗ କରିଛନ୍ତି । ସୋର ପୋଲିସ ତଦନ୍ତ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।