ଅପରାଧ ରାଜ୍ୟ

ଗୋଳନ୍ଥରା ପୋଲିସକୁ ସଫଳତା, ବେଆଇନ୍ ୟୁନିଟ ଉପରେ ଚଢାଉରେ ବିପୁଳ ପରିମାଣର ଗୁଟଖା ଜବତ

ବ୍ରହ୍ମପୁର ୧୪/୧୦: ଗୋଳନ୍ଥରା ପୋଲିସ୍‌ର ବଡ ଧରଣର ଚଢାଉ । ହଳଦିଆପଦର ଓ ଅଟୋନଗର ବେଆଇନ୍ ଗୁଟଖା ୟୁନିଟ ଉପରେ ଚଢାଉ । ବିପୁଳ ପରିମାଣର ଗୁଟଖା, ଗୁଟଖା ସାମଗ୍ରୀ ସହ ବିଭିନ୍ନ ମେସିନ୍ ଜବତ ହୋଇଛି । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କା ହେବ ବୋଲି ଆକଳନ କରିଛି ପୋଲିସ୍ ।

ଦୁଇଜଣଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ମୁଖ୍ୟ କାର୍ପଟଦାର ପି ଗୋପାଳ କ୍ରିର୍ଷ୍ଣା ରାଓଙ୍କୁ ଗିରଫ କରିବାକୁ ପୁଲିସ୍ ପଦକ୍ଷେପ ଗ୍ରହଣ କରୁଥିବା ଏସ୍‌ପି ସୂଚନା ଦେଇଛନ୍ତି । ୨୦୧୬ ମସିହାରେ ପୋଲିସ୍ ହଳଦିଆପଦର ଏହି ଗୁଟୁଖା ୟୁନିଟ୍ ଉପରେ ଚଢାଉ କରିଥିବା ନଜିର ରହିଛି । ସେତେବେଳେ ମଧ୍ୟ ପି ଗୋପାଳ କ୍ରିର୍ଷ୍ଣାଙ୍କ ନାମରେ ମାମଲା ଦାଏର୍ ହୋଇଥିଲା ।

ଏବେ ପୁଣି ଥରେ ସେହି ବେଆଇନ୍ ଗୁଟଖା ପ୍ରସ୍ତୁତ ୟୁନିଟ ଉପରେ ପୋଲିସ୍ ଚଢାଉ କରି ଅଧିକ ତଦନ୍ତ କରୁଛି । ପି,ଗୋପାଳ କ୍ରିର୍ଷ୍ଣା ଓ ଅନ୍ୟ ସଂପୃକ୍ତି ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ୍ ପଦକ୍ଷେପ ଗ୍ରହଣ କରୁଥିବା ଏସ୍‌ପି ସୂଚନା ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।