ଅପରାଧ ରାଜ୍ୟ

ସାମାନ୍ୟ କଥାକୁ ନେଇ ଗଣ୍ଡଗୋଳ, ୧୦ ଯୁବକଙ୍କ ସଂଘବଦ୍ଧ ଆକ୍ରମଣରେ ୨ ଗୁରୁତର

ସାନଖେମୁଣ୍ଡି ୧୩।୧୦ : ଦୂର୍ଗାପୂଜା ଭସାଣି ବେଳେ ସାମାନ୍ୟ କଥାକୁ ନେଇ ଗଣ୍ଡଗୋଳ। ୧୦ ଜଣ ଯୁବକଙ୍କ ସଂଘବଦ୍ଧ ଆକ୍ରମଣରେ ୨ ଜଣ ଯୁବକ ଗୁରୁତର। ଗଞ୍ଜାମ ସାନଖେମୁଣ୍ଡି ପାଟପୁର ଦୁର୍ଗା ପୂଜା ଭସାଣି ବେଳେ ଏହି ଗଣ୍ଡଗୋଳ ହୋଇଥିଲା।

ଖବର ଅନୁଯାୟୀ, ଦୁର୍ଗାପୂଜା ଭସାଣୀ ମେଢ଼ ଗାଁ ପରିକ୍ରମା ସମୟରେ ପ୍ରଥମେ ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ଓ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ୧୦ ରୁ ଅଧିକ ଯୁବକ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିବା ସହିତ ବାଇକ ଭଙ୍ଗାରୁଜା କରିଥିଲେ। ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଆକ୍ରମଣକାରୀ ସେଠାରୁ ଚମ୍ପଟ ମାରିଥିଲେ। ଦୁଇ ଆହତ ସନ୍ତୋଷ ପ୍ରଧାନ, ସୁକାନ୍ତ ଖୁଣ୍ଟିଆଙ୍କୁ ପୋଲିସ ଆଡ଼ପଡା ମେଡ଼ିକାଲରେ ଭର୍ତ୍ତି କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।