ଅପରାଧ ଦେଶ ବିଦେଶ

ଚାଇଲ୍ଡ କେୟାର ସେଣ୍ଟରରେ ଗଣହତ୍ୟା, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୩୨ ମୃତ

ଥାଇଲାଣ୍ଡ ୦୬।୧୦: ଥାଇଲାଣ୍ଡର ଏକ ଚାଇଲ୍ଡ କେୟାର ସେଣ୍ଟରରେ ଗଣହତ୍ୟା । ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଥିବା ସୂଚନା ମିଳିଛି ।

ତେବେ ଗୁରୁବାର ରାତିରେ ଥାଇଲାଣ୍ଡର ପୂର୍ବୋତ୍ତର ଅଞ୍ଚଳରେ ଏହି ଘଟଣା ଘଟିଛି । ଆତତାୟୀଙ୍କ ମଧ୍ୟରେ ଜଣେ ପୂର୍ବତନ ପୋଲିସ କର୍ମୀ ଥିବା ଜଣାପଡିଛି । ସ୍ଥାନୀୟ ଅଞ୍ଚଳରେ ନାକାବନ୍ଦୀ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି ପୋଲିସ । ତେବେ କେଉଁ କାରଣରୁ ଏପରି ଆକ୍ରମଣ ହୋଇଛି ସେ ନେଇ କୌଣସି ସଠିକ ସୂଚନା ମିଳିନାହିଁ । ଏହି ଘଟଣା ପରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ତଦନ୍ତ କରି ଅପରାଧୀଙ୍କୁ ଧରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାପୂର୍ବରୁ ୨୦୨୦ରେ ମଧ୍ୟ ଏପରି ଏକ ଘଟଣା ଘଟିଥିଲା ।ଯେଉଁଥିରେ ୨୯ ଲୋକଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ବେଳେ ୫୭ ଜଣ ଆହତ ହୋଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ