ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଆଠବର୍ଷ ବିତିଗଲାଣି, ସରୁନି ନିର୍ମାଣାଧୀନ କୋଠା; ବିପଦପୂର୍ଣ୍ଣ ଶ୍ରେଣୀଗୃହରେ ଚାଲିଛି ପାଠପଢ଼ା

ପ୍ରତାପୁର : କାହା ଭାଗ୍ୟରେ ସ୍ମାର୍ଟ ସ୍କୁଲ ତ, କାହା ଭାଗ୍ୟରେ ଦଦରା ଘର। ଜଗନ୍ନାଥପ୍ରସାଦ ବ୍ଲକ୍‌ ଗେରେଡା ହାଇସ୍କୁଲରେ ଆଠବର୍ଷରୁ ଊର୍ଦ୍ଧ୍ବ ହେଲା ନିର୍ମାଣାଧୀନ କୋଠା ସରିବାର ନାଁ ନେଉନି। ବିପଦପୂର୍ଣ୍ଣ କୋଠରିରେ ଏବେ ପାଠପଢ଼ା ଚାଲିଥିବା ବେଳେ ଏନେଇ ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଛି। ତଥାପି ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେବା ସବୁଠୁ ବଡ଼ ପରିତାପର ବିଷୟ ହୋଇଛି।

ରାଜ୍ୟରେ ଶିକ୍ଷାର ମାନବୃଦ୍ଧି ପାଇଁ ସରକାର ସ୍ମାର୍ଟ ସ୍କୁଲ ନିର୍ମାଣ କରୁଥିବା ବେଳେ ୧୯୮୯ ମସିହାରେ ପ୍ରତିଷ୍ଠା ହୋଇଥିବା ଉପାନ୍ତ ଅଞ୍ଚଳର ଏହି ବିଦ୍ୟାଳୟ ପ୍ରତି ସରକାରଙ୍କ ଚରମ ଅବହେଳା ଏବେ ଦେଖିବାକୁ ମିଳିଛି। ବର୍ଷ ପରେ ବର୍ଷ ବିତିଚାଲିଥିଲେ ବି ବିଦ୍ୟାଳୟର ରୂପା‌ରେଖ ଟିକିଏ ବି ବଦଳୁନି। ନିମ୍ନମାନର କାର୍ଯ୍ୟ ଯୋଗୁଁ ଏଠାରେ ଥିବା ଦୁଇଟି ଶ୍ରେଣୀଗୃହର ପଲସ୍ତରା ଝଡ଼ିଯାଉଛି। କାନ୍ଥର ଇଟା ଗୁଡିକ ବାହାରକୁ ଦିଶୁଛି। ଇଟା ଫାଙ୍କ ଦେଇ ବାହାର ଦୁନିଆ ଦେଖାଯାଉଛି। ବର୍ଷାହେଲେ ପାଣି ଧାର ଖସୁଛି। କେତେବେଳେ ଯେ ଏହି ଦୁର୍ବଳ କାନ୍ଥ ପିଲାଙ୍କୁ ଉପରେ ମାଡି ନବସିବ ଏହା କହିହେବ ନାହିଁ। ତଥାପି ଏଭଳି କୋଠରିରେ ବର୍ଷବର୍ଷ ଧରି ପିଲା ପାଠ ପଢୁଛନ୍ତି। ଚଳିତ ଶିକ୍ଷାବର୍ଷ ଏହି ବିଦ୍ୟାଳୟର ନବମଶ୍ରେଣୀରେ ୪୦ ଜଣ ଓ ଦଶମ ଶ୍ରେଣୀରେ ୪୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ବିଦ୍ୟାଳୟର ଏଭଳି ସ୍ଥିତି ସମ୍ପର୍କରେ ପ୍ରଧାନଶିକ୍ଷକ ଅନେକ ବାର ଲିଖିତ ଜଣାଇଛନ୍ତି ହେଲେ ଫଳ ଶୂନ୍‌।

ବିଦ୍ୟାଳୟ କୋଠରି ନିର୍ମାଣ ପାଇଁ ଅନୁଦାନ ଆସି କାମ ଆରମ୍ଭ ହୋଇଛି ସତ। ହେଲେ ଆଠବର୍ଷ ବିତିଗଲାଣି କାମ ସରୁନି। ଅଧାରେ କାମ ଛାଡି ଠିକାଦାର ଛୁ । ସେହିପରି ପିଲାଙ୍କ ପାଇଁ କମ୍ପ୍ୟୁଟର ଶିକ୍ଷା ପାଇଁ କମ୍ପ୍ୟୁଟର ମଧ୍ୟ ଆସିଛି। କିନ୍ତୁ ଶିକ୍ଷକ ନଥିବାରୁ ତାହା ମଧ୍ୟ ପଡି ଖତଖାଉଛି। ଗୋଟିଏ ପକ୍ଷରେ ପିଲା ସ୍ମାର୍ଟ କ୍ଲାସରେ ପଢି ସ୍ମାର୍ଟ ହେଉଥିବା ବେଳେ ଅନ୍ୟପକ୍ଷରେ ଦଦରା ଘରେ ବିପଦକୁ ଜଗି ବସି ବ୍ୟାଚ୍‌ ପରେ ବ୍ୟାଚ୍‌ ଛାତ୍ରଛାତ୍ରୀ ଯାଉଛନ୍ତି। ତେଣୁ ଏହି ବିଦ୍ୟାଳୟ ପ୍ରତି ଦୃଷ୍ଟି ଦେବାକୁ ଅଭିଭାବକଙ୍କ ପକ୍ଷରୁ ଦାବି ହୋଇଛି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି