ଅପରାଧ ରାଜ୍ୟ

ରାସ୍ତାକଡରୁ ଉଦ୍ଧାର ହେଲା ନବଜାତକ, ଜନ୍ମ ପରେ କେହି ଫିଙ୍ଗିଦେଇଥିବା ଅନୁମାନ

ଆନନ୍ଦପୁର ୦୬/୧୦: ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଘଟିଛି ଅଭାବନୀୟ ଘଟଣା । କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧିନ ମିଠିଗାଁ ରାସ୍ତା କଡରେ ସଦ୍ୟଜାତ ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି ସ୍ଥାନିୟ ଲୋକେ । ଉଦ୍ଧାର ପରେ ୧୦୮ ଆମ୍ବୁଲାନ୍ସ ସହାୟତାରେ ତାକୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଥିବା ଜଣାପଡିଛି ।

ଗତକାଲି ବିଳମ୍ବିତ ରାତିରେ ସଢା ଗ୍ରାମର କିଛି ଯୁବକ ମହୁଦା ଗ୍ରାମରୁ ଭୋଜି ଖାଇ ଫେରୁଥିବା ବେଳେ ମିଠିଗାଁ ରାସ୍ତା କଡ଼ରୁ ଏକ ନବଜାତ ଶିଶୁ ପୁତ୍ରକୁ ପାଇଥିଲେ । ନବଜାତ ଶିଶୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ କାନ୍ଦୁଥିବାର ଦେଖି ଉଦ୍ଧାର କରିଥିଲେ । ନବଜାତ ଶିଶୁ ପୁତ୍ର କୁ କିଏ ଏବଂ କାହିଁକି ଏଭଳି ଅବସ୍ଥାରେ ଫିଙ୍ଗି ଦେଇଛି ତାର ସତ୍ୟତା ପୋଲିସ ର ତଦନ୍ତ ପରେ ହିଁ ଜଣାପଡ଼ିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।