ଅପରାଧ ରାଜ୍ୟ

ଶୌଚ ହେବାକୁ ନେଇ ଝଗଡ଼ା; ଛୁରାମାଡ଼ରେ ଜଣେ ମୃତ ୨ ଗୁରୁତର

ନୂଆପଡ଼ା ୦୫/୧୦: ଶୌଚ ହେବାକୁ ନେଇ ଗଣ୍ଡଗୋଳ। ଏହି ଝଗଡ଼ା ଉଗ୍ରରୂପ ନେବାରୁ ଛୁରାମାଡ଼ରେ ଜଣେ ମୃତ ୨ ଗୁରୁତର। ଖଡିଆଳ ଥାନା ପୁଟୁପଡାରେ ଏପରି ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ରାତିରେ ସାହୁପଡ଼ାର ୨ଜଣ ଲୋକ ପୁଟୁପଡା କଲେଜ୍‌ ରୋଡରେ ଶୌଚହେବା ବେଳେ ସ୍ଥାନୀୟ ଦୁଇଜଣ ବାସିନ୍ଦା ସେମାନଙ୍କୁ ସେଠାରେ ଶୌଚ ହେବାକୁ ମନା କରିଥିଲେ। ପରେ ଏହାକୁ ନେଇ ସେମାନଙ୍କ ଝଗଡ଼ା ହେବା ସହିତ ମଧ୍ୟରେ ସହ ଧସ୍ତାଧସ୍ତି ହୋଇଥିଲା।

ପରେ ଏହି ଝଗଡ଼ା ଉଗ୍ରରୂପ ନେବାରୁ ସାହୁପଡ଼ାର ଜଣେ ଯୁବକ ହଠାତ ଛୁରି ବାହାର କରି ତିନିଜଣଙ୍କୁ ଆକ୍ରମଣ କରିଥିଲା। ପରେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆଯଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଭାକର ସାହୁ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଗୁରୁତରଙ୍କୁ ରାୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଛୁରାମାଡ଼ କରିଥିବା ଅଭିଯୁକ୍ତ ଫେରାର ହୋଇଯାଇଛି। ଏନେଇ ଖଡ଼ିଆଳ ପୋଲିସର ଏପରି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।