ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଗତଜନନୀ ମା’ ଦୁର୍ଗାଙ୍କ ଦଶମୀ ପୂଜା, ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତୀ ନାଶିନୀ

ଭୁବନେଶ୍ୱର ୦୫।୧୦ : ଆଜି ଜଗତଜନନୀ ମା’ ଦୁର୍ଗାଙ୍କ ଦଶମୀ ପୂଜା। ରାଜଧାନୀ ସମେତ ରାଜ୍ୟର ସମସ୍ତ ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତୀ ନାଶିନୀ । ବିଭିନ୍ନ ପୂଜା ମଣ୍ଡପରେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମା’ଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଚିତ୍ତାକର୍ଷକ ତୋରଣ, ଆକର୍ଷଣୀୟ ସାଜସଜ୍ଜା ଭିତରେ ସୌନ୍ଦର୍ଯ୍ୟମୟୀ ମା’ଙ୍କମୂର୍ତ୍ତି ଦେଖି ଭକ୍ତ ବିଭୋର ହୋଇଉଠିଛି । ଦେଖିଲେ ଲାଗୁଛି ସତେ ଯେମିତି ଧରାପୃଷ୍ଠକୁ ଆସିଥିବା ମହାମାୟ ମା ଦୁର୍ଗା ଅଜାଡ଼ି ଦେଉଛନ୍ତି ଶୁଭାଶିଷ।

ତେବେ ବିଜୟା ଦଶମୀ ଉପଲକ୍ଷେ ଆଜି ମାଆଙ୍କ ନିକଟରେ ସିନ୍ଦୂର ଖେଳ ହୁଏ । ମହିଳାମାନେ ସିନ୍ଦୁର ଲଗାଇ ମାଆଙ୍କୁ ବିଦାୟ ଦେଇଥାନ୍ତି । ବିଶ୍ବାସ ରହିଛି ସିନ୍ଦୂର ଲଗାଇ ମାଆଙ୍କ ଆଶିଷ ଭିକ୍ଷା କଲେ ଜଣେ ନାରୀ ସଦାସର୍ବଦା ସଧବା ରହିଥାଏ । ସେପଟେ ଆଜି ଅନେକ ସ୍ଥାନରେ ରାବଣପୋଡି ଉତ୍ସବ ପାଳନ ହେବ । ଅ ସତ୍ୟ ଉପରେ ସତ୍ୟର ଜୟ , ଅଧର୍ମ ଉପରେ ଧର୍ମର ଜୟ ସ୍ବରୁପ ରାବଣପୋଡି ପାଳନ କରାଯାଏ । କିନ୍ତୁ ଲଘୁଚାପ ବର୍ଷାରେ ପୂଜା ମାହୋଲ ଫିକା ପଡିଥିବା ଦେଖିବାକୁ ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ