କଳାହାଣ୍ଡି ୦୪।୧୦ : ଭବନୀପାଟଣା ସଦର ଅନ୍ତର୍ଗତ ତିଲଯୋଗି ଗାଁରେ ଅଘଟଣ । ବଡ ଭାଇକୁ ମାରିଦେଲା ସାନଭାଇ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।
ଖବର ଅନୁଯାୟୀ, ତିଲଯୋଡ଼ି ଗାଁର ବେଦପତି ମାଝୀ ନିଜ ବଡ଼ଭାଇ ପୂର୍ଣ୍ଣ ମାଝୀଙ୍କ ମଧ୍ୟରେ କେନାଲ ପାଣିକୁ ନେଇ ଝଗଡା ଚାଲିଥିଲା । ସୋମବାର ସକାଳେ ବେଦପତି ଓ ପୂର୍ଣ୍ଣଙ୍କ ମଧ୍ୟରେ ପୁଣି ଥରେ ବଚସା ହୋଇଥିଲା । ଏଥିରେ ବେଦପତି ପୂର୍ଣ୍ଣଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ଯାହାଫଳରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହା ଦେଖିବା ପରେ ପାଖରେ କେହି ନଥିବାର ସୁଯୋଗ ନେଇ ବେଦପତି ତାଙ୍କ ଭାଇ ଶବକୁ ନେଇ ପାଖ ଜଙ୍ଗଲରେ ପୋତି ଘରକୁ ଫେରିଆସିଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ପୂର୍ଣ୍ଣଙ୍କୁ ନପାଇବାରୁ ସଦର ଥାନାରେ ଏତଲା ଦେଇଥିଲେ । ମଙ୍ଗଳବାର ସକାଳୁ ଜଣଙ୍କୁ ସଦର ଥାନା ଆଇଆଇସି ରଶ୍ମିତା ଶବର ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଲୋକଙ୍କୁ ପଚରାଉଚରା କରିବା ପରେ ବେଦପତି ନିଜ ଦୋଷ ସ୍ୱୀକାର କରିଥିଲେ ଏବଂ ଘଟଣାସ୍ଥଳକୁ ଯାଇ ଶବ ପୋତିଥିବା ସ୍ଥାନକୁ ଚିହ୍ନଟ କରିଥିଲେ । ପୋଲିସ ଛାନ୍ଭିନ୍ ଜାରି ରଖିଛି ।