ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କୋହଲିଙ୍କ ‘ବିରାଟ’ ରେକର୍ଡ, ଟି-୨୦ କ୍ରିକେଟ୍‌ରେ ସବୁଠୁ ଅଧିକ ରନ୍‌ କରିବାରେ ପ୍ରଥମ ଭାରତୀୟ

ମୁମ୍ବାଇ ୦୩।୧୦ : ଫର୍ମକୁ ଫେରିଲେ ରନ୍‌ ମେସିନ୍‌ । ପ୍ରତି ମ୍ୟାଚ୍‌ରେ କିଛି ନା କିଛି ରେକର୍ଡ କରିବାରେ ବ୍ୟସ୍ତ ଏହି ଭାରତର ପୂର୍ବତନ ଅଧିନାୟକ । ଏସିଆ କପ୍‌ ୨୦୨୨ରେ ନିଜ ପୁରୁଣା ଫର୍ମକୁ ଆସିଥିଲେ ବିରାଟ କୋହଲି । ଏହିକ୍ରମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ୨ୟ ଟି-୨୦ ମ୍ୟାଚ୍‌ରେ ବିରାଟ ୨୮ ବଲ୍‌ରେ ବିସ୍ଫୋରକ ୪୯ ରନ୍‌ କରି ଅପରାଜିତ ଥିଲେ । କେବଳ ଏତିକି ନୁହେଁ, ସେ ନିଜ ନାଁର ଆହୁରି ମଧ୍ୟ ବିରାଟ ରେକର୍ଡ କରିଛନ୍ତି ।

ତିନି ବର୍ଷ ଧରି ଶତକରୁ ବଞ୍ଚିତ ଥିବା ଏହି ଷ୍ଟାର ବ୍ୟାଟସମ୍ୟାନ୍‌ ଏବେ ଏସିଆ କପ୍‌ରେ ଏକ ଶାନ୍‌ଦାର ଶତକୀୟ ପାରି ଖେଳିଥିଲେ ।ଏହାପରଠୁ ଆଉ ପଛକୁ ଫେରିନାହାନ୍ତି କିଙ୍ଗ୍‌ କୋହଲି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ସିରିଜ୍‌ରେ ୨ୟ ଟି-୨୦ ମ୍ୟାଚ୍‌ରେ ବିରାଟ ୭ଟି ଛକା ଓ ଗୋଟିଏ ଛକ୍କା ସହ ୪୯ ରନ୍‌ କରିଥିଲେ । ମାତ୍ର ଗୋଟିଏ ରନ୍‌ ପାଇଁ ନିଜ ଅର୍ଦ୍ଧଶତକରୁ ବଞ୍ଚିତ ରହିଗଲେ ଏହି ବ୍ୟାଟର । କିନ୍ତୁ ସେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ୍‌ ଭାବେ ଟି-୨୦ କ୍ରିକେଟ୍‌ରେ ୧୧,୦୦୦ ରନ୍‌ରେ ରେକର୍ଡ କରିଛନ୍ତି । ଏପରି କରିବାରେ ବିରାଟ ବିଶ୍ୱ କ୍ରିକେଟ୍‌ର ୪ର୍ଥ ଖେଳାଳି ଅଟନ୍ତି । ବିରାଟ କୋହଲିଙ୍କ ପୂର୍ବରୁ କ୍ରିସ୍‌ ଗେଲ୍‌, କିରନ ପୋଲାର୍ଡ, ଶୋଏବ ମଲ୍ଲିକ ଏହି ରେକର୍ଡ କରିସାରିଛନ୍ତି । ଟି-୨୦ କ୍ରିକେଟ୍‌ରେ କିସ୍‌ ଗ୍ରେଲ୍‌ଙ୍କ ନାଁର ୧୪୫୬୨ ରନ୍‌, କିରନ୍‌ ପୋଲାର୍ଡଙ୍କ ନାଁର ୧୧୯୧୪ ରନ୍‌, ଶୋଏବ ମଲ୍ଲିକଙ୍କ ନାଁର ୧୧୯୦୨ ରନ୍‌ ରହିଛି ।

ସୂଚନାଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷ ୨ୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ପ୍ରଥମ ବ୍ୟାଟିଂ କରି ୨୦ ଓଭରରେ ୩ ଓ୍ୱିକେଟ୍‌ ହରାଇ ୨୩୭ ରନ୍‌ ସଂଗ୍ରହ କରିଥିଲେ । ଏଥିରେ ସବୁଠୁ ବଡ଼ ଯୋଗଦାନ ସୂର୍ଯ୍ୟକୁମାର ଯାଦବଙ୍କର ରହିଛି । ସେ ୨୨ ବଲ୍‌ରେ ୨୭୭.୨୭ର ଷ୍ଟ୍ରାଇକ୍‌ ରେଟ୍‌ରେ ୬୧ରନ୍‌ର ବିସ୍ଫୋରକ ଇନିଂସ କରିଥିଲେ । ସୂର୍ଯ୍ୟଙ୍କ ଏହି ପାରିରେ ୫ ଚୌକା ଓ ୫ଟି ଛକ୍କା ସାମିଲ ରହିଛି । ଏହାବ୍ୟତୀତ ରୋହିତ ଶର୍ମା ୩୭ରନ୍‌ରେ ୪୩ ରନ୍‌, କେଏଲ୍‌ ରାହୁଲ୍‌ ୨୮ ବଲ୍‌ରୁ ୫୭ ରନ୍‌, ବିରାଟ କୋହଲି ୨୮ ବଲ୍‌ରୁ ୪୯ ରନ୍‌, ଦିନେଶ୍‌ କାର୍ତ୍ତିକ ୭ ବଲ୍‌ରେ ୧୭ ରନ୍‌ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ