ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ପୀଠରେ ଆଜି ଅଷ୍ଟମୀ ପୂଜା, ମଣ୍ଡପରେ ମହାସପ୍ତମୀ ; ମା’ ଝଙ୍କଡ଼ ଶାରଳାଙ୍କ ମହିଷାମର୍ଦ୍ଦିନୀ ବେଶ

ଜଗତସିଂହପୁର ୦୨।୧୦ : ରବିବାର ବିଭିନ୍ନ ଶକ୍ତି ପୀଠରେ ପାଳିତ ହେଉଛି ପବିତ୍ର ମହାଷ୍ଟମୀ । ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଷୋଳ ପାର୍ବଣର ଆଜି ଅନ୍ତିମ ଦିବସ । ସେହିପରି ଭାବରେ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ପୀଠରେ ପାଳିତ ହୋଉଛି ମହାଷ୍ଟମୀ ।

ତେବେ ଆଜି ମା’ ଶାରଳା ମହିଷାମର୍ଦ୍ଧିନୀ ବେଶରେ ସୁସଜ୍ଜିତ ହେବା ସହ ମା’ଙ୍କ ନିକଟରେ ମଧ୍ୟରାତ୍ରୀରେ ୧୦୮ ପଣା ହାଣ୍ଡି ବଳି ପ୍ରଦାନ ସହିତ ଓ ସନ୍ଧି ପୂଜା କରାଯିବ। ଆଜି ମା’ ଶାରଳାଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା ପାଇଁ ଦୂରଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ଼ ଜମିବାରେ ଲାଗିଛି । ବିଶେଷ କରି କୃଷକମାନେ ଆଜିର ଦିନରେ ମା’ଙ୍କ ପାଖରେ ନୂଆ ଚୁଡା ଲାଗି କରିବା ସହ ଚଳିତ ବର୍ଷ ଭଲ ଫସଲ ହେବା ପାଇଁ ପାର୍ଥନା କରି ଫେରିଥାନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ