ଅପରାଧ ରାଜ୍ୟ

ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ

ଲମତାପୁଟ ୦୨।୧୦ : ପୋଲିସକୁ ପୁଣି ସଫଳତା । କାର୍‌ରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଞ୍ଚଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ ବେଳେ ୩ ଜଣଙ୍କୁ ମାଡ଼ିବସିଲା ପୋଲିସ।

ବିଶେଷ ସୂତ୍ରରୁ ଖବର ପାଇ ମାଛକୁଣ୍ଡ ପୋଲିସ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ଯଲାପୁଟ ଅଞ୍ଚଳରେ ପାଟ୍ରୋଲିଂ କରିଥିବା ବେଳେ ଶଗର ଗାଁ ନିକଟରେ ଏକ କାରକୁ ଅଟକାଇଥିଲେ। ଗାଡିକୁ ଯାଞ୍ଚ୍ ବେଳେ ଡିକିରୁ ବିପୁଳ ପରିମାଣରେ ଗଞ୍ଜେଇ ମିଳିଥିଲା। ପ୍ରାୟ ଏକ କ୍ୱିଣ୍ଟାଲ୍‌ରୁ ଅଧିକ ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। ଅଭିଯୁକ୍ତମାନେ ପାଡୁଆ ଥାନା ଖୁଡୁବ ଗାଁର ଗୌରାଙ୍ଗ ପାଙ୍ଗି, ଗୋଡିପୁଟ ଗ୍ରାମର ସୋମନାଥ ପ୍ରଧାନି ଏବଂ ଆନ୍ଧ୍ର ପ୍ରଦେଶର ଲକ୍ଷ୍ମଣ ରାଓ ଗୁଞ୍ଜିଆ ବୋଲି ଜଣା ପଡିଛି ।

ତେବେ ଗିରଫ ହୋଇଥିବା ମାଫିଆମାନେ ସ୍ଥାନୀୟ ଅଞ୍ଚଳର ବୋଲି ନନ୍ଦପୁର SDPO କହିଛନ୍ତି । ଏମାନେ ବହୁବାର ଏହି ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲଣ କରି ଆସୁଛନ୍ତି। ଏଥିରେ ଆନ୍ଧ୍ର ମାଫିଆଙ୍କ ସଂପୃକ୍ତ ଅଛି ଏବଂ ସେମାନଙ୍କୁ ଚିହ୍ନଟ କରି ଗିରଫ କରାଯିବ ବୋଲି SDPO କହିଛନ୍ତି ।

ସୂଚନାଯୋଗ୍ୟ ଯେ, ମାଛକୁଣ୍ଡ ପୋଲିସ ଚଳିତ ବର୍ଷ ଜାନୁଆରୀ ମାସ ଠାରୁ ଏବେ ପର୍ଯ୍ୟନ୍ତ ୨୨ ଟି ଗଞ୍ଜେଇ ଚୋରା ଚାଲଣ ମାମଲା ରୁଜୁ କରିଥିବା ବେଳେ ୪୩ ଜଣଙ୍କୁ ଗିରଫ କରିଛି ଏବଂ ୧୧ ଟନରୁ ଅଧିକ ଗଞ୍ଜେଇ ଜବତ କରିଛି । ଚୋରା ଚାଲାଣରେ ବ୍ୟବହୃତ ହୋଇଥିବା ୧୭ଟି ଗାଡ଼ି ମଧ୍ୟ ଜବତ କରିଛି ମାଛକୁଣ୍ଡ ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।