ଅପରାଧ ଦେଶ ବିଦେଶ

ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ବିସ୍ଫୋରଣ; ୧୯ ମୃତ ୨୮ ଆହତ, ଦୁର୍ଭାଗ୍ୟପୂର୍ଣ୍ଣ କହିଲା ତାଲିବାନ

କାବୁଲ: ଯେବେଠାରୁ ଆଫଗାନିସ୍ତାନ ତାଲିବାନ କବ୍‌ଜାରେ ଆସିଲାଣି ସେବେଠାରୁ ଦେଶ ସବୁବେଳେ ଅଶାନ୍ତ ରହୁଛି। କେଉଁଠି ବନ୍ଧୁକ ମାଡ଼ ତ ଆଉ କେଉଁଠି ବୋମା ମାଡ଼ରେ ଥରୁଛି ଆଫଗାନିସ୍ତାନ। ବାରୁଦ ଧୂଆଁରେ ଆକ୍ତାମାକ୍ତା କାବୁଲ ଲୋକେ। ଶୁକ୍ରବାର ପୁଣି ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି।

ରାଜଧାନୀ କାବୁଲର ଶିତ୍ତେ ଏରିଆରେ ଥିବା ଏକ ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଘଟଣା ସମ୍ପର୍କରେ ସୂଚନା ଦେଇ ପୁଲିସ ପ୍ରବକ୍ତା ଖାଲିଦ ଜଦ୍ରାନ କହିଛନ୍ତି “ ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପ୍ରାଣଘାତି ବିସ୍ଫୋରଣକାରୀ ନିଜକୁ ବୋମାରେ ଉଡ଼ାଇ ଦେଇଥିଲା। ଦୁର୍ଭାଗ୍ୟବଶତଃ ଏଥିରେ ୧୯ ଜଣ ସହିଦ ହୋଇଛନ୍ତି ୨୭ ଆହତ ହୋଇଛନ୍ତି।”

ତାଲିବାନ ନିଯୁକ୍ତ ପ୍ରବକ୍ତାଙ୍କ ସୂଚନା ଅନୁସାରେ, କାବୁଲର ଶିତ୍ତେ ଏରିଆରେ ଥିବା କାଜ୍ ନାମକ ଏକ ଶିକ୍ଷାନୁଷ୍ଠାନର ଏହି ବିସ୍ଫୋରଣ ହୋଇଛି। ଦୁର୍ଭାଗ୍ୟବଶତଃ ଏଥିରେ ଲୋକଙ୍କ ପ୍ରାଣ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି ବୋଲି ତାଲିବାନ ପ୍ରବକ୍ତା ଅବଦୁଲ ନାଫି ଟାକୋର ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏହି ଘଟଣା ପରେ ସୁରକ୍ଷାକର୍ମୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆକ୍ରମଣର କାରଣ ଓ ମୃତ୍ୟୁ ସଂଖ୍ୟା କିଛି ସମୟ ପରେ ସୂଚନା ଦିଆଯି ବୋଲି ନାଫି କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ