ଅପରାଧ ରାଜ୍ୟ

ହୋଟେଲ୍‌ ରୁମ୍‌ରୁ ମିଳିଲା ମହିଳାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?

ପୁରୀ ୨୯।୦୯ : ପୁରୀର ହୋଟେଲ ମେ ଫେୟାର ୱେଭସରେ ମହିଳାଙ୍କ ମୃତଦେହ ଉଦ୍ଧାର। ମୃତ ମହିଳା ଜଣଙ୍କ ହେଲେ ଐଶ୍ୱରିୟା ସାହାନାବାଗ। ପୋଲିସର ତଦନ୍ତ ଆରମ୍ଭ ।

ଖବର ଅନୁଯାୟୀ, GIZ କମ୍ପାନୀର ୱାଟର ରିଶୋର୍ସ କନଫରେନ୍ସରେ ଯୋଗ ଦେବା ପାଇଁ ମଙ୍ଗଳବାର ସେ କମ୍ପାନୀ କର୍ମଚାରୀଙ୍କ ସହ ପୁରୀ ଆସିଥିଲେ।‌ ହୋଟେଲ ରୁମ ନମ୍ବର ୧୧୧୧ ରେ ରାତିରେ ଚେକ୍ ଇନ୍ କରିଥିଲେ। ରାତିରେ କଲ ରିସିଭ ନ କରିବା ସହ କବାଟ ନ ଖୋଲିବାରୁ ସନ୍ଦେହ କରି ରୁମ ଖୋଲାଯିବା ପରେ ତାଙ୍କ ମୃତଦେହ ପଡିରହିଥିବା ଜଣାପଡିଥିଲା। ଖବର ପାଇ ଘଟଣାସ୍ଥଳରେ ସମୁଦ୍ର କୂଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।