ଦେଶ ବିଦେଶ ମନୋରଞ୍ଜନ

OTTରେ ଡେବ୍ୟୁ କରିବେ ଅନନ୍ୟା ପାଣ୍ଡେ, ଏହି ୱେବ୍‌ ସିରିଜ୍‌ରେ ଆସିବେ ନଜର

ମୁମ୍ବାଇ ୨୯।୦୯: ନିକଟରେ ବିଜୟ ଦେବରକୋଣ୍ଡାଙ୍କ ସହ ଫିଲ୍ମ ‘ଲାଇଗର୍‌’ରେ ନଜର ଆସିଥିଲେ ଅନନ୍ୟା ପାଣ୍ଡେ । ଏବେ ଆୟୁଷ୍ମାନ ଖୁରାନାଙ୍କ ସହ ‘ଡ୍ରିମ୍‌ ଗର୍ଲ-୨’ର ସୁଟିଂରେ ସେ ବ୍ୟସ୍ତ ଅଛନ୍ତି । ତାଙ୍କ ହାତରେ ଭଲ ପ୍ରୋଜେକ୍ଟର ଅଭାବ ନାହିଁ । ଏବେ ଆଉ ଏକ ପ୍ରୋଜେକ୍ଟରେ ସେ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି । ଖୁବ୍‌ଶୀଘ୍ର ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ‘କଲ୍‌ ମି ବେ’ରେ ସେ ନଜର ଆସିବେ । ଏଥିରେ ସେ ଜଣେ ଅରବପତି ଫ୍ୟାଶନିଷ୍ଟା ଭୂମିକା ନିର୍ବାହ କରିବେ । ତାଙ୍କୁ ‘ବେ’ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।

ଫିଲ୍ମ ‘ଗେହରାଇୟାଁ’ରେ ଅନନ୍ୟା ଓଟିଟିରେ ନଜର ଆସିଥିଲେ। ଏଥର ସେ ପ୍ରଥମ ଥର ଏକ ସିରିଜ୍‌ରେ ନଜର ଆସିବେ । ତାଙ୍କ ଚରିତ୍ର ଉପରେ ସିରିଜ୍‌ଟି ପର୍ଯ୍ୟବସିତ । ଏକ ଘୋଟାଲା ଯୋଗୁ ତାଙ୍କ ଧନୀ ପରିବାର ତାଙ୍କୁ ଅସ୍ୱୀକାର କରିଛି । ଏହା ପରେ ସେ ନିଜକୁ ଆବିଷ୍କାର କରିବାର ଯାତ୍ରା ଆରମ୍ଭ କରିଛନ୍ତି । ଏବେ ଏକାଧିକ ଭଲ ପ୍ରୋଜେକ୍ଟ ଜରିଆରେ ଜଣେ କଳାକାର ଭାବେ ନିଜକୁ ପ୍ରମାଣ କରିବାକୁ ସେ ଅଣ୍ଟା ଭିଡ଼ିଛନ୍ତି । ତାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ‘ଖୋ ଗୟେ ହମ୍‌ କହାଁ’ । ଏଥିରେ ସେ ସିଦ୍ଧାନ୍ତ ଚତୁର୍ବେଦୀ ଓ ଆଦର୍ଶ ଗୌରବଙ୍କ ସହ ନଜର ଆସିବେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ