ଅପରାଧ ରାଜ୍ୟ

ରାତିରେ ଘରେ ପଶି ଚୋରି ସହ ଗୋଦାମରେ ନିଆଁ ଲଗାଇଲା ଦୁର୍ବୃତ୍ତ, ଚୋରକୁ କାବୁ କରି ପୋଲିସ ଜିମା ଦେଲେ ଗ୍ରାମବାସୀ

ସାନଖେମୁଣ୍ଡି ୨୯।୦୯ : ରାତିରେ ଘରେ ପଶି ଚୋରି କରିବା ସହ ଗୋଦାମ ଘରେ ନିଆଁ ଲଗାଇଦେଲା ଦୁର୍ବୃତ୍ତ। ଚୋରକୁ କାବୁ କରି ପୋଲିସ ଜିମା ଦେଲେ ଗ୍ରାମବାସୀ। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଖଲିଙ୍ଗୀ ପଞ୍ଚାୟତ ବାସୁଦେବପୁର ଗ୍ରାମରେ ଏଭଳି ଘଟଣା ଘଟିଛି। ଖବର ପାଇ ଦିଗପହଣ୍ଡି ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି।

ଖବର ଅନୁଯାୟୀ, ପାଟପୁର ଥାନା ଖଲିଙ୍ଗୀ ପଞ୍ଚାୟତ ବାସୁଦେବପୁର ଗାଁର ମନୋଜ ମିଶ୍ର ଘରେ ନଥିବା ବେଳେ ପରିବାର ଲୋକ ଶୋଇଥିବା ଫାଇଦା ଉଠାଇ କବାଟ ଉପର ପିଞ୍ଜରୀ ଭିତର ଦେଇ ଜଣେ ଦୁର୍ବୃତ୍ତ ଘର ଭିତରକୁ ପ୍ରବେଶ କରିଥିଲେ। ଏହାପରେ ଯୁବକ ଜଣଙ୍କ ଦୁଇଟି ମୋବାଇଲ୍, ଟ୍ରଚ୍ଚ୍ ଲାଇଟ୍, ହେଡ ଫୋନ ନେବା ସହ ନିକଟସ୍ଥ ସୀମାଞ୍ଚଳ ପାଢ଼ୀଙ୍କ ଗ୍ରୋସେରି ଦୋକାନ ଗୋଦାମରେ ନିଆଁ ଲଗାଇଦେଇଥିଲା। ଏହି ସମୟରେ ଯୁବକ ଜଣଙ୍କ ଦୌଡ଼ି ପଳାଇବା ବେଳେ ଗ୍ରାମବାସୀମାନେ ତାକୁ କାବୁ କରିବା ସହ ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପାଟପୁର ପୋଲିସ ପହଞ୍ଚି ଦୁର୍ବୃତ୍ତଙ୍କୁ ହେପାଜତକୁ ନେଇଛି। ଯୁବକ ଜଣଙ୍କ ହେଉଛନ୍ତି ଉକ୍ତ ଗାଁର ଶ୍ରୀହରି ପୃଷ୍ଟି (୨୨)। ସେ ୫ ଦିନ ପୂର୍ବେ ଚୋରି କେସରୁ ଜେଲରୁ ମୁକୁଳିଥିଲେ। ସେପଟେ ଘଟଣାସ୍ଥଳରେ ଦିଗପହଣ୍ଡି ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି। ତେବେ ଗୋଦାମ ଘରେ ଥିବା ରାସନ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।