ଝାରସୁଗୁଡା ୨୭/୦୯: ଜାତୀୟ ରାଜପଥ-୪୯ ଝାରସୁଗୁଡା ଜିଲ୍ଲାର ଦୁଇଟି ସ୍ଥାନରେ ଦୁର୍ଘଟଣା ଯୋଗୁଁ ଆଜି ୧୭ ଗୋରୁଙ୍କ ମୃତ୍ୟୁ ହୋଇଛି । ଅଜଣା ଗାଡି ଧକ୍କା ଯୋଗୁଁ କୁଡାଲୋଇ ଛକରେ ୧୩ ଗୋରୁଙ୍କ ମୃତ୍ୟୁ ହୋଇଥିବାବେଳେ ଗୋଟିଏ ଗୋରୁ ଗୁରୁତର ଆହତ ହୋଇଛି । ଭାରୀଯାନଟି ରାଇଗଡ଼ ପଟୁ ଝାରସୁଗୁଡା ପଟକୁ ଦ୍ରୁତ ଗତିରେ ଯାଉଥିବାବେଳେ ଆଜି ଭୋରରେ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି ।
ଦୁର୍ଘଟଣା ଘଟାଇ ଗାଡି ଫେରାର ମାରିଥିବାବେଳେ ଉତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ ରାସ୍ତା ରୋକ କରିଥିଲେ । ଲଖନପୁର ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାସହ ଗୋରୁମାନଙ୍କ ମୃତଦେହ ଉଦ୍ଧାର କରିଛି । ସେହିପରି ବୁଡିପଥର ଛକ ନିକଟରେ ମଧ୍ୟ ଅଜଣା ଗାଡି ଧକ୍କାରେ ୪ଟି ଗୋରୁର ମୃତ୍ୟୁ ହୋଇଛି ।