ଅପରାଧ ରାଜ୍ୟ

ବୌଦ୍ଧ ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବୌଦ୍ଧ: ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ବିଚାରାଧୀନ ଭାବରେ ଥିବା କଣ୍ଟାମାଳ ବ୍ଲକ କଲରାକୋଠା ଗ୍ରାମର ଅରକ୍ଷିତ ସାହୁ(୩୨)ଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବକୁ ଶବ ସଂରକ୍ଷଣାଗାରରେ ରଖାଯାଇଛି। ପରିବାର ଲୋକ ଆସିବା ପରେ ବ୍ୟବଚ୍ଛେଦ କରାଯିବ।

ସୂଚନାଯୋଗ୍ୟ, ଗତ ଏପ୍ରିଲ ମାସରେ ଫୁଲବାଣୀ ଜେଲ୍‌ରେ ଦୁଇଜଣ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଥିଲା। ଜଣେ ମୃତ କଏଦୀ ହେଲେ ନୀଳାମ୍ବର ମାଝି (୬୫)। ନୀଳାମ୍ବର ଟିଭି ଦେଖୁଥିବାବେଳେ ତଳକୁ ଖସି ପଡ଼ିଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଜେଲ୍‌ କର୍ତ୍ତୃପକ୍ଷ ନୀଳାମ୍ବରଙ୍କୁ ତୁରନ୍ତ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତାଙ୍କର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ନୀଳାମ୍ବରଙ୍କ ନିଜ ଘର ଫିରିଙ୍ଗିଆ ଥାନା ଅନ୍ତର୍ଗତ ଲମ୍ବାଗୁଡ଼ାରି ଅଞ୍ଚଳରେ। ସେ ୨୦୨୧ ଫେବ୍ରୁଆରି ୮ ତାରିଖରୁ ଏକ ଦୁଷ୍କର୍ମ ମାମଲାରେ ଜେଲ୍‌ରେ ରହିଥିଲେ। ସୂଚନାଯୋଗ୍ୟ, ଏହି ଘଟଣାର ଦିନକ ପୂର୍ବରୁ ଫୁଲବାଣୀ ଜେଲ୍‌ରେ ଆଉ ଜଣେ ବିଚାରାଧୀନ କଏଦୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। କାହିଁକି ଜେଲ୍‌ରେ ବାରମ୍ବାର ଏଭଳି ମୃତ୍ୟୁ ଘଟୁଛି ତାହାକୁ ନେଇ ଆଲୋଚନା ହେଉଥିବା ବେଳେ ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଚାଞ୍ଚଲ୍ୟ ସୃଷ୍ଟି କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।