ଅପରାଧ ରାଜ୍ୟ

ଘରେ ପଶି ନେଇଗଲେ ୧୫ ଲକ୍ଷ ଟଙ୍କା, ପାଖ ଜଙ୍ଗଲରୁ ମିଳିଲା ବାଇକ୍‌

ରାଉରକେଲା ୨୬।୦୯ : ଘରେ ପଶି ନେଇଗଲେ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ୮୦ ହଜାର ଟଙ୍କା । ରାଉରକେଲା ବିଶ୍ରା ଥାନା ଖୁଣ୍ଟଗାଁରୁ ଏହି ଲୁଟ୍‌ ଘଟଣା ସାମ୍ନାକୁ ଆସୁଛି ।

ଖବର ଅନୁଯାୟୀ, ରବିବାର ରାତି ପ୍ରାୟ ୯ଟା ସମୟରେ ୪ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଭୁଜାଲି, କଟୁରୀ ସହ ଅନେକ ମାରଣାସ୍ତ୍ର ଧରି ଘରେ ପଶିଥିଲେ । ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଅବସରପ୍ରାପ୍ତ କର୍ମଚାରୀ ପୂର୍ଣ ଚନ୍ଦ୍ର ସାହୁଙ୍କ ଘରେ ପଶି ଲୁଟିନେଲେ ସୁନା ଅଳଙ୍କାର ସହ ନଗଦ ଟଙ୍କା ଏବଂ ଗୋଟିଏ ବାଇକ । ସେପଟେ ବିଶ୍ରା ଥାନା ଓ ଝିରିପାଣି ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି । ତେବେ ସକାଳୁ ନିକଟସ୍ଥ ଜଙ୍ଗଲରୁ ବାଇକ୍‌ ଠାବ କରିଛି ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।