ଫୁଲବାଣୀ ୨୫।୦୯ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ିରେ ଅବକାରୀ ବିଭାଗର ଚଢାଉ । ଏହି ଚଢାଉରେ ପ୍ରାୟ ୨୮ କ୍ୱିଣ୍ଟାଲ୍ ଚୋରା ମହୁଲ ଜବତ ହୋଇଛି । ଏହାସହିତ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।
ଖବର ଅନୁଯାୟୀ, ବିଭିନ୍ନ ସୁତ୍ରରୁ ମିଳିଥିବା ଖବରକୁ ଆଧାର କରି ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ପ୍ରବୀଣ କୁମାରଙ୍କ ନିର୍ଦ୍ଦେଶରେ ଚଢାଉ ହୋଇଥିଲେ । ଏଥିରେ ସ୍ଥାନୀୟ ପୋଲିସର ମଧ୍ୟ ସହାୟତା ନିଆଯାଇଥିଲା । ଚଢାଉରେ ଭ୍ରମରବାଡି ଗାଁର ଜଣଙ୍କୁ ଗିରଫ କରିବା ସହ ପ୍ରାୟ ୨୮ କ୍ୱିଣ୍ଟାଲ୍ ଚୋରା ମହୁଲ ଜବତ ହୋଇଛି l ଏନେଇ ଅବକାରି ବିଭାଗ ପକ୍ଷରୁ ୭୭ /୨୨ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି l