ଅପରାଧ ରାଜ୍ୟ

୩ଟି ଗୋରୁ ବୋଝେଇ କଣ୍ଟେନର୍‌ ଜବତ; ଉଦ୍ଧାର ହେଲେ ୩୦୦ ଗୋରୁ, ୧୨ଟି ଗାଡ଼ି ଫେରାର୍‌

ଜଳେଶ୍ୱର ୨୪/୦୯: ଓଡିଶାରୁ ପଶ୍ଚିମବଙ୍ଗକୁ କଣ୍ଟେନରରେ ଗୋରୁ ଚାଲାଣ ବେଳେ ପଶ୍ଚିମବଙ୍ଗ ପୋଲିସ ପଶ୍ଚିମବଙ୍ଗକୁ ପ୍ରବେଶ ଅନୁମତି ନଦେବାରୁ ଓଡିଶା ଫେରିବା ବେଳେ ୩ କଣ୍ଟେନରକୁ ଜଳେଶ୍ୱର ପୋଲିସ ଜବତ କରିଛି। ଜବତ ୩ଟି କଣ୍ଟେନରରୁ ୩୦୦ରୁ ଅଧିକ ଗୋରୁମାନଙ୍କୁ ଉଦ୍ଧାର କରାଯାଇଚଛି। ସୂଚନାଥାଉକି, ୬୦ନମ୍ୱର ଜାତୀୟ ରାଜପଥ ଦେଇ ସବୁବେଳେ ଶହଶହ ଗୋରୁଗାଡ଼ି ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଏହାକୁ ରୋକ ଲଗାଇବା ପାଇଁ ବାଲେଶ୍ୱର ଏସପିଙ୍କ ଦ୍ୱାରା ଶେରଗଡ଼ ଏବଂ ରାଜଘାଟରେ ତନଖି ଫାଟକ(ଚେକ୍‌ ଗେଟ୍‌) କରାଯାଇଛି। ଏହି ଚେକ୍‌ ଗେଟ୍‌ ଦେଇ ଦିନ ରାତି ପୋଲିସ ଜଗି ରହୁଥିବା ବେଳେ କିଛି ଗୋରୁ ମାଫିଆମାନେ ପୋଲିସକୁ ଚକମା ଦେଇ ଗୋରୁ ଚୋରାଚାଲାଣ କରୁଛନ୍ତି।

ଅନ୍ୟପଟେ ୧୫ରୁ ଅଧିକ କଣ୍ଟେନରରେ ଗୋରୁ ଚୋରା ଚାଲାଣ ହେବାଥିଲା ବେଳେ ପଶ୍ଚିମବଙ୍ଗ ସୀମାରେ ଥିବା ପୋଲିସ ସେଗୁଡିକୁ ଓଡିଶାକୁ ଫେରାଇ ଦେଇଥିଲେ। ଓଡ଼ିଶାକୁ ଫେରିବା ବେଳେ ଖବର ପାଇ ଜଳେଶ୍ୱର ପୋଲିସ ପକ୍ଷରୁ ଲକ୍ଷ୍ମଣନାଥ ଟୋଲପ୍ଲାଜାର ପାଖରେ ଚଢ଼ାଉ କରି ୩ଟି ଗୋରୁ ବୋଝେଇ କେଣ୍ଟନରକୁ ଜବତ କରାଯାଇଥିବା ଅନ୍ୟ ଗାଡିଗୁଡ଼ିକ ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ଜବତ ୩ଟି କେଣ୍ଟନରୁ ୩୦୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇ ଗୋଶାଳାରେ ଛଡ଼ା ଯାଇଛି। ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରୀ ରଖିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।