ଅପରାଧ ରାଜ୍ୟ

ପାରିବାରିକ କଳହରୁ ଜୀବନ ହାରିଲେ ଯୁବକ; ଅନ୍ୟ ଜାତିରେ ବିବାହ କାରଣରୁ ହୋଇଥିଲେ ଗାଁରୁ ବାସନ୍ଦ

ଆଠମଲ୍ଲିକ ୨୪/୦୯: ଘରୋଇ କଳିରୁ ନବବିବାହିତ ଯୁବକର ଆତ୍ମହତ୍ୟା । ଏପରି ଘଟଣା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଚିନ୍ତାମଣୀପୁର ଗାଁରେ ଦେଖିବାକୁ ମିଳିଛି। ଗାଁ ର ବିରାଗି କୁଦେଇ ଗତ ବର୍ଷ ପାଇକସାହି ଗ୍ରାମର ଲଷ୍ମୀ କୁଦେଇଙ୍କୁ ପ୍ରେମ ବିବାହ କରଥିଲେ। ଅନ୍ୟ ଜାତିରେ ବିବାହ କରିଥିବାରୁ ତାଙ୍କୁ ପରିବାର ଓ ଗାଁ ରୁ ବାସନ୍ଦ କରାଯାଇଥିଲା।

ଚଳିତ ସପ୍ତାହ ବୁଧବାର ବିରାଗିର ଓ ଲକ୍ଷ୍ମୀଙ୍କ ମଧ୍ୟରେ ଝଗଡ଼ା ହେଇଥିଲା ।ପରେ ବିରାଗି ଆଉ ଘରକୁ ଫେରିବ ନାହିଁ ବୋଲି କହି ଘର ଛାଡ଼ି ଚାଲି ଯାଇଥିଲେ। ଶନିବାର ଗାଁ ମୁଣ୍ଡରେ ଥିବା ଗୋଟିଏ ମହୁଲ ଗଛରେ ସେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଜଣେ ଗାଈଆଳ ଏହା ଦେଖି ଖବର ଦେବାରୁ ଘଟଣା ସ୍ଥାଳକୁ ଠାକୁରଗଡ଼ ପୋଲିସ ପହଂଚି ଏ ବିଷୟରେ ତନାଘନା ଚଳାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।