ଅପରାଧ ରାଜ୍ୟ

ସରପଞ୍ଚଙ୍କ ଲେଟର ପ୍ୟାଡ଼ରେ ଅଶୋକ ସ୍ଥମ୍ଭକୁ ନେଇ ବିବାଦ, ଟୁଇଟରରେ କାର୍ଯ୍ୟାନୁଷ୍ଠାନ ଦାବି

ଭଦ୍ରକ ୨୩/୦୯: ସରପଞ୍ଚଙ୍କ ଲେଟର ପ୍ୟାଡ଼ରେ ଅଶୋକ ସ୍ଥମ୍ଭକୁ ନେଇ ବିବାଦ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଟିଲୋ ପଞ୍ଚାୟତରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ।

ସୁଚନା ଅନୁଯାୟୀ ଟିଲୋ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ସ୍ଥାନୀୟ ଏକ ଦୋକାନ ଘରେ ବେଆଇନ ଭାବେ ରନ୍ଧନ ଗ୍ୟାସ ବିକ୍ରି କରୁଥିବା ନେଇ ଦୋକାନୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । କିନ୍ତୁ ଏହି ନୋଟିସ ହୋଇଥିବା ଲେଟର ପ୍ୟାଡ଼ରେ ଅଶୋକ ସ୍ଥମ୍ଭ ଥିବା ଦେଖିବା ପାଇଁ ମିଳିଛି । ସ୍ଥାନୀୟ ଜନୈକ ଯୁବକ ଏ ନେଇ ଟୁଇଟ ଯୋଗେ ଜିଲ୍ଲା ପ୍ରଶାସନକୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି । ତେବେ ସ୍ଥାନୀୟ ସରପଞ୍ଚ ଜଣେ ଆଇନଜୀବୀ ହୋଇ କେମିତି ଏତେ ବଡ଼ ଭୁଲ କଲେ ସେ ନେଇ ପ୍ରଶ୍ନ କରିଛନ୍ତି ।

ଟିଲୋ ପଞ୍ଚାୟତର ସରପଞ୍ଚ ଗଣମାଧ୍ୟମ ସାମ୍ନା କୁ ଆସିନଥିଲେ ମଧ୍ୟ କହିଛନ୍ତି ଯେ ଲେଟର ପ୍ୟାଡ଼ରେ ହୋଇଥିବା ପ୍ରିଣ୍ଟିଂ ମିଷ୍ଟେକ । ଏହି ତ୍ରୁଟି ତାଙ୍କ ନଜରକୁ ଆସିବା ପରେ ସେହି ଲେଟର ପ୍ୟାଡ଼କୁ ବ୍ୟବହାର କରାଯାଉନାହିଁ । ଅନ୍ୟପଟେ ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।