ଅପରାଧ ରାଜ୍ୟ

ବ୍ୟାଗ୍‌ରୁ ମିଳିଲା ନବଜାତର ମୃତଦେହ, ମେଡିକାଲ ପରିସରରେ ଦେଖି ପୋଲିସକୁ ଖବର ଦେଇଥିଲେ ଲୋକେ

ଭଦ୍ରକ ୨୩।୦୯ : ମେଡିକାଲ ପରିସରରୁ ନବଜାତ ଉଦ୍ଧାର । ଜନ୍ମ ପରେ ନବଜାତକୁ ବ୍ୟାଗ୍‌ରେ ଫିଙ୍ଗି ଦେଇଛନ୍ତି । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏମିତି କିଛି ଘଟଣା ।

ଖବର ଅନୁଯାୟୀ, ମେଡିକାଲ ପରିସରରେ ଥିବା ଶୌଚାଳୟ ନିକଟରେ ବାଇକ ପାର୍କିଂ ପାଇଁ ଯିବା ବେଳେ କେତେକ ଲୋକେ ଏକ ବ୍ୟାଗ ଦେଖିଥିଲେ । ଦୀର୍ଘ ସମୟ ପରେ ବ୍ୟାଗକୁ କେହିନନେବାରୁ ଲୋକେ ଖୋଲି ଦେଖିଥିଲେ । ବ୍ୟାଗ ଭିତରେ ଏକ ନବଜାତକ ଥିବା ଦେଖିଥିଲା । ଏନେଇ ସ୍ଥାନୀୟଲୋକ ପୋଲିସକୁ ଜଣାଇଥିଲେ । ପୋଲିସ ଉପସ୍ଥିତିରେ ବ୍ୟାଗ ଖୋଲିବା ପରେ ଏକ ନବଜାତକର ମୃତଦେହ ମିଳିଥିଲା । ବିଳମ୍ବିତ ରାତି ସମୟରେ କେହି ନବଜାତକକୁ ବ୍ୟାଗରେ ଭର୍ତ୍ତି କରି ମେଡିକାଲ ପରିସରରେ ଥିବା ଶୌଚାଳୟ ନିକଟରେ ଛାଡିଥିବା ଅନୁମାନ କରାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।