ଅପରାଧ ରାଜ୍ୟ

ଯୁବକଙ୍କୁ ତହସିଲ୍‌ଦାର୍‌ଙ୍କ ଦୁର୍ବ୍ୟବହାର ଅଭିଯୋଗ; ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ଆନନ୍ଦପୁର ୨୧/୦୯: ତହସିଲଦାରଙ୍କ ଦୁର୍ବ୍ୟବହାର ପାଇଁ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ। ଏପରି ଘଟଣା ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ଡାକ୍ତରଖାନା ଛକ ପାଖରେ ଦେଖିବାକୁ ମିଳଛି। ସୂଚନାଥାଉକି, ମଙ୍ଗଳବାର ୨ଟି ବେଆଇନ ବାଲି ବୋଝେଇ ହାଇୱା ଜବତ ଜବତ ହୋଇ ଅଫିସ୍‌ ଆଗରେ ରହିଥିଲା।

ଖବର ଅନୁସାରେ, ସେହି ତହସିଲ କାର୍ଯ୍ୟାଳୟ ପାଖରେ ମନୋଜ ରଣାଙ୍କ ଘର। ମନୋଜ ମଙ୍ଗଳବାର ରାତିରେ ଜବତ ହୋଇଥିବା ହାଇୱା ପାଖରେ ଛିଡ଼ା ହୋଇ ତାର ଭିଡିଓ ରେକର୍ଡିଂ କରୁଥିଲେ। ଏତିକି ବେଳେ ତହସିଲଦାର କାହିଁକି ଫୋଟୋ ଉଠାଉଚ କହି ଖରାପ ଭାଷାରେ ମନୋଜଙ୍କୁ ଗାଳିଗୁଲଜ କରିଥିଲେ। ପରେ ଅତିରିକ୍ତ ତହସିଲଦାର ଆସି ମନୋଜଙ୍କୁ କାର୍ଯ୍ୟାଳୟ ଭିତରକୁ ଟାଣିନେଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଏହି ଘଟଣାକୁ ନେଇ ଆଜି ୫୩ ନମ୍ୱର ରାଜ୍ୟ ରାଜପଥର ହାଟଡ଼ିହି ଡାକ୍ତରଖାନା ଛକ ପାଖରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି। ତହସିଲଦାର ଓ ଅତିରିକ୍ତ ତହସିଲଦାର ମନୋଜଙ୍କୁ ଋଭୁଲ୍ ମାଗିବାକୁ ସେମାନେ ଦାବି କରୁଥିବା ବେଳେ ନନ୍ଦିପଦା ପୋଲିସ୍ ପହଞ୍ଚି ସେମାନଙ୍କୁ ବୁଝାସୁଝା ରଖିଛି। ଅନ୍ୟପଟେ ତହସିଲଦାର ଓ ଅତିରିକ୍ତ ତହସିଲଦାର ତହସିଲ କାର୍ଯ୍ୟାଳୟରେ ନଥିବାରୁ ସେମାନଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।