ଦେଶ ବିଦେଶ ମନୋରଞ୍ଜନ

ସଫଳତା ଆଶାରେ ଚୁଲ୍‌ବୁଲି ଅଭିନେତ୍ରୀ ରଶ୍ମିକା

ମୁମ୍ଵାଇ ୨୧।୦୯: ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ୍‌ ସଫଳତା ଲାଭ କରିଛନ୍ତି ଆକ୍ଟ୍ରେସ୍‌ ରଶ୍ମିକା ମନ୍ଦାନା। ବେଶ୍‌କେତୋଟି କନ୍ନଡ, ତେଲୁଗୁ, ତାମିଲ ଫିଲ୍ମରେ ମନଛୁଆଁ ଅଭିନୟ କରି ସେ ଦର୍ଶକଙ୍କ ମନ କିଣି ନେଇଛନ୍ତି । ସାଉଥ୍‌ରେ ସଫଳ ହେବା ପରେ ହିନ୍ଦୀ ସିନେଶିଳ୍ପରେ କ୍ୟାରିୟର କରିବାକୁ ପ୍ରସ୍ତୁତ ହେଉଛନ୍ତି ରଶ୍ମିକା । ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ସେ ‘ମିଶନ ମଜ୍‌ନୁ’ରେ ନାୟିକା ଭାବେ ଦେଖିବାକୁ ମିଳିବେ । ଏହି ଫିଲ୍ମର ରିଲିଜ୍‌ ତାରିଖ ଦୁଇଥର ବଦଳିଲାଣି । ଅନ୍ୟପକ୍ଷରେ ଅମିତାଭ ବଚ୍ଚନ ଓ ନୀନା ଗୁପ୍ତା ଅଭିନୀତ ‘ଗୁଡ୍‌ବାୟ’ରେ ରଶ୍ମିକା ଫିମେଲ୍‌ ଲିଡ୍‌ ଭାବେ ଆସୁଛନ୍ତି ।

ଏ ଫିଲ୍ମଟି ଅକ୍ଟୋବର ୭ ତାରିଖରେ ପ୍ରେକ୍ଷାଳୟକୁ ଆସିବ । ଏ ଫିଲ୍ମକୁ ନେଇ ବେଶ୍‌ ଆଶାବାଦୀ ରଶ୍ମିକା । ଅମିତାଭ ବଚ୍ଚନ, ନୀନା ଗୁପ୍ତାଙ୍କ ସହ କାମ କରିବା ସୁଯୋଗ, ପୁଣି ଏହା ହେବ ତାଙ୍କର ପ୍ରଥମ ମୁକ୍ତିପ୍ରାପ୍ତ ହିନ୍ଦୀ ଫିଲ୍ମ । ତେଣୁ ସେ ଏଥିର ଅନେକ ଆଶା କରିବା ସ୍ୱାଭାବିକ । ରଶ୍ମିକା କହନ୍ତି, ଦକ୍ଷିଣ ଭାରତୀୟ ସିନେପ୍ରେମୀ ତାଙ୍କୁ ବେଶ୍‌ ଭଲପାଇଛନ୍ତି, ସେଇ ଭଲପାଇବା ସେ ହିନ୍ଦୀ ସିନେପ୍ରେମୀଙ୍କଠାରୁ ଆଶା କରୁଛନ୍ତି । ‘ଆନିମଲ୍‌’ ନାମରେ ତାଙ୍କ ହାତରେ ଆଉ ଏକ ହିନ୍ଦୀ ସିନେମା ରହିଛି । ପ୍ରଥମ ସିନେମାଟି ଯଦି ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କଲା, ତା’ହେଲେ ବଲିଉଡ୍‌ରେ ସେ ତିଷ୍ଠିବା ସହଜ ହୋଇପାରିବ ବୋଲି କହନ୍ତି ସେ । ଦେଖାଯାଉ, ହିନ୍ଦୀ ସିନେଦର୍ଶକ ରଶ୍ମିକାଙ୍କ ଅଭିନୟକୁ କେତେ ଭଲପାଇବା ଦେଉଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ