ଅପରାଧ ରାଜ୍ୟ

ରାଜଧାନୀରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା, ଉଭୟ ବିବାହିତ ଥାଇ ବି ପରସ୍ପରକୁ ଭଲ ପାଉଥିଲେ

ଭୁବନେଶ୍ୱର ୨୧।୦୯ : ଭରତପୁର ଥାନା ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । ବିଷ ପିଇ ଆତ୍ମହତ୍ୟା କଲେ ପ୍ରେମୀ ଯୁଗୋଳ । ମୃତ ପ୍ରେମିକ ନୟାଗଡ ଜିଲ୍ଲାର ସୋମନାଥ ସାହୁ । ସୋମନାଥଙ୍କର ସ୍ତ୍ରୀ ଓ ଗୋଟିଏ ପୁଅ ଅଛନ୍ତି । ମୃତ ପ୍ରେମିକା ଢେଙ୍କାନାଳ ଜିଲ୍ଲା ରାସୋଳ ଅଞ୍ଚଳର ଜଣେ ବିବାହିତା ମହିଳା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ସୋମନାଥ ଦୀର୍ଘଦିନ ହେବ ସ୍ତ୍ରୀକୁ ଛାଡି ଉକ୍ତ ବିବାହିତା ମହିଳାଙ୍କୁ ଭଲ ପାଉଥିଲେ । ଏପିରିକି ସେ ଭରତପୁର ଥାନା ଅଧିନ ଫୁଲେଶ୍ବରୀ ବସ୍ତିରେ ରହୁଥିଲେ । ଯାହାକୁ ସୋମନାଥଙ୍କ ପରିବାର ଲୋକେ ପ୍ରତିବାଦ କରି ଆସୁଥିଲେ । ତେବେ ପରିବାର ଲୋକଙ୍କ ବାରମ୍ବାର ତାଗିଦ୍ ଯୋଗୁଁ ଉଭୟ ପ୍ରେମିକ ଓ ପ୍ରେମିକା ଘରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଭରତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ଏମସ ପଠାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।