ଅପରାଧ ରାଜ୍ୟ

ସ୍କୁଲ୍‌କୁ ଠିକ୍‌ ସମୟରେ ଆସୁନାହାନ୍ତି ଶିକ୍ଷୟତ୍ରୀ, ସମାଧାନ ଦାବିରେ ଗାଁଲୋକଙ୍କ ରାସ୍ତାରୋକ

ଖପ୍ରାଖୋଲ ୨୧।୦୯ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ କର୍ଲାବାହାଳି ଗ୍ରାମବାସୀଙ୍କ ରାସ୍ତାରୋକ । ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଖପ୍ରାଖୋଲ ପାଟଣାଗଡ଼ ମୁଖ୍ୟ ରାସ୍ତା ବସିଛନ୍ତି ଗାଁଲୋକେ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଗାଡିମୋଟର ଅଟକି ରହିଛି।

ଖବର ଅନୁଯାୟୀ, କର୍ଲାବାହାଳି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ତାପରେ ବି ଶିକ୍ଷୟିତ୍ରୀମାନେ ସ୍କୁଲକୁ ଠିକ୍ ସମୟରେ ଆସୁନାହାନ୍ତି। ଯାହାଫଳରେ ପିଲାମାନଙ୍କ ପାଠପଢାରେ ଅବହେଳା ହେଉଥିବା ନେଇ ଦୀର୍ଘ ଦିନରୁ ଅଭିଯୋଗ ହୋଇ ମଧ୍ୟ ବିଭାଗୀୟ ଅଧିକାରୀ ଚୁପ୍‌ ବସିଛନ୍ତି । ତେଣୁ ଖୁବ୍ ଶୀଘ୍ର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବଦଳାଇ ନୂତନ ଶିକ୍ଷକ ନିଯୁକ୍ତି, ଏବଂ ବିଦ୍ୟାଳୟରେ ଭିତ୍ତିଭୂମି ଯୋଗାଇ ଦେବା ପାଇଁ ଦାବି କରିଛନ୍ତି। ଏତଦ୍ ବ୍ୟତୀତ କୋଭିଡ ସମୟରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ବାବଦ ଚାଉଳ ଓ ଟଙ୍କା ଦେଇନଥିବା ଅଭିଯୋଗ କରୁଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।