ଅପରାଧ ରାଜ୍ୟ

ସମ୍ବଲପୁରରେ ବ୍ୟବସାୟୀଙ୍କ ଦବଙ୍ଗଗିରି: ଡାକ୍ତରଙ୍କୁ ଚପଲରେ ପିଟି ଥାନାରେ ଅଟକ

ସମ୍ବଲପୁର: ଡାକ୍ତର ଆସିବାରେ ଟିକେ ବିଳମ୍ବ କରିଦେଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଜଣେ ବ୍ୟବସାୟୀ ତାଙ୍କୁ ଚପଲରେ ପିଟିଛନ୍ତି। ତାଙ୍କୁ ବଞ୍ଚାଇବାକୁ ଆସିବାରୁ ତାଙ୍କ ଟେକ୍‌ନିସିଆନ୍‌ ବି ବ୍ୟବସାୟୀଙ୍କ କୋପରୁ ବର୍ତ୍ତି ନାହାନ୍ତି। ସମ୍ବଲପୁର ଟାଉନ୍‌ ଥାନା ଅଞ୍ଚଳରେ ବ୍ୟବସାୟୀଙ୍କ ଏହି ଦବଙ୍ଗଗିରି ଆଜି ଚର୍ଚ୍ଚାର ବିଷୟ ପାଲଟିଛି।

ଆକ୍ରମଣର ଶିକାର ହୋଇଥିବା ଡାକ୍ତର ହେଉଛନ୍ତି ଚିଦାନନ୍ଦ ମିଶ୍ର। ସେ ସନ୍‌ ଡାଇଗ୍ନୋଷ୍ଟିକ୍‌ରେ ରେଡିଓଲୋଜିଷ୍ଟ ଭାବେ କାମ କରୁଛନ୍ତି। ସମ୍ବଲପୁରର ବ୍ୟବସାୟୀ ନଟବର ବାଙ୍କା ସିଟି ସ୍କାନ କରିବା ପାଇଁ ଆଜି ସକାଳେ ଡାଇଗ୍ନୋଷ୍ଟିକ୍‌କୁ ଆସିଥିଲେ। ମାତ୍ର, ଡାକ୍ତର ଆସିନଥିବାରୁ ସେ ଅପେକ୍ଷା କରିଥିଲେ। ଠିକ୍‌ ୧୦ଟା ସମୟରେ ଡା. ମିଶ୍ର ପହଞ୍ଚିବାରୁ ସେ ଗାଳିଗୁଲଜ କରିବା ସହିତ ଚପଲ ଖୋଲି ପିଟିବା ଆରମ୍ଭ କରି ଦେଇଥିଲେ। ଡାକ୍ତରଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିବା ଟେକ୍ନିସିଆନ୍‌କୁ ଛାଡ଼ିନଥିଲେ। ତାଙ୍କୁ ମଧ୍ୟ ଚପଲରେ ପିଟିଥିଲେ।

ଏ ନେଇ ଡାକ୍ତର ଡ. ମିଶ୍ର ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଅଭିଯୁକ୍ତ ବ୍ୟବସାୟୀଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।