ଅପରାଧ ରାଜ୍ୟ

ମହଙ୍ଗା ପଡିଲା ପୋଲିସକୁ ବିରୋଧ ଏବଂ ଦୁର୍ବ୍ୟବହାର, ବନ୍ତ ଛକରେ ୧୪୪ ଧାରା ଜାରି

ଭଦ୍ରକ ୨୦।୦୯ : ବନ୍ତ ଛକରେ ୧୪୪ ଧାରା ଜାରି । ଉଚ୍ଛେଦ ସରିବା ଯାଏଁ ଲାଗୁ ରହିବ ୧୪୪ ଧାରା । ଉଚ୍ଛେଦ ବେଳେ ପୋଲିସକୁ ଦୁର୍ବ୍ୟବହାର ଓ ବିରୋଧକୁ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶାସନ । ଏନେଇ ଭଦ୍ରକ ତହସିଲଦାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଖବର ଅନୁଯାୟୀ, ଭଦ୍ରକ ସହରର ବନ୍ତ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଜବରଦଖଲ କରି ବହୁ ଦୋକାନ ଖୋଲାଯାଇଥିଲା । ପୂର୍ବରୁ ଉଚ୍ଛେଦ ପାଇଁ ଘୋଷଣା ସତ୍ତ୍ୱେ ବି ଦୋକାନ ଗୁଡିକ ଖୋଲାରହିଥିଲା । ଶେଷରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରିବା ଆରମ୍ଭ ହୋଇନଥିଲା ପ୍ରୟାସ । କିନ୍ତୁ ଦେଖାଦେଇଥିଲା ବିରୋଧ । ଏପିରିକି ପୋଲିସକୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି । ଯାହାକୁ ନେଇ ଆକ୍ସନକୁ ଆସିଛି ସ୍ଥାନୀୟ ପ୍ରଶାସନ । ବନ୍ତ ଛକରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜରି କରାଯାଇଛି । ଉଚ୍ଛେଦ ସରିବା ଯାଏଁ ଏହି ୧୪୪ ଧାରା ଜାରି ରହିବ । ଏବେବି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।