ଅପରାଧ ରାଜ୍ୟ

କୁଡ଼ୁମୀମାନଙ୍କୁ ଅନୁସୂଚିତ ଜନଜାତିର ମାନ୍ୟତା ଦାବି: ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଷ୍ଟେସନରେ ରେଳରୋକ

ବାରିପଦା: କୁଡ଼ୁମୀମାନଙ୍କୁ ଅନୁସୂଚିତ ଜନଜାତିର ପୁନଃ ମାନ୍ୟତା ପ୍ରଦାନ ଦାବିରେ ଆଜି ମୟୂରଭଞ୍ଜ ଜିଲ୍ଲାର କେତେକ ଷ୍ଟେସନରେ ରେଳରୋକ କରାଯାଇଥିବାର ଖବର ହସ୍ତଗତ ହୋଇଛି। କୁଡ଼ୁମୀ ସଂଗଠନ ପକ୍ଷରୁ ବାରିପଦା, ରାଇରଙ୍ଗପୁର ଓ ବେତନଟୀ ଷ୍ଟେସନରେ ରେଳରୋକ କରାଯାଇଛି। ଏହାଫଳରେ ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ୍ ଓ ବାରିପଦା-ସାଲିମାର ଅଧାରେ ଅଟକି ରହିଥିବା ଜଣାଯାଇଛି। ଏଣେ ରେଳ ଧାରଣା ଉପରେ ଶହଶହ ସମର୍ଥକ ବସିଥିବାର ବି ଦେଖିବାକୁ ମିଳୁଛି।
ସୂଚନାଯୋଗ୍ୟ, କୁଡ଼ୁମୀମାନଙ୍କୁ ଅନୁସୂଚିତ ଜନଜାତିର ମାନ୍ୟତା ପ୍ରଦାନ ଦାବିରେ ପୂର୍ବରୁ ଏକାଧିକବାର ଓଡ଼ିଶା କୁଡ଼ୁମୀ ସେନା ନବୀନ ନିବାସ ଘେରାଉ କରିଥିଲା। ୨୦୧୮ରେ ଓଡ଼ିଶା କୁଡ଼ୁମୀ ସେନା ସଭାପତି ଜୈମୁନୀ ମହନ୍ତଙ୍କ ନେତୃତ୍ବରେ ଏହି ସମ୍ପ୍ରଦାୟର ପାଖାପାଖି ହଜାର ହଜାର ଲୋକ ନବୀନ ନିବାସ ଅଭିମୁଖେ ପଦଯାତ୍ରା କରିଥିଲେ। ଏହା ପୂର୍ବରୁ ୨୦୦୪ରେ ସେନା ନବୀନ ନିବାସ ଘେରାଉ କରିଥିଲା। ଏବେ ଏହି ଘଟଣାକୁ ୧୮ ବର୍ଷ ପୂରିଥିଲେ ମଧ୍ୟ ଦାବି ପୂରଣ ହୋଇ ନାହିଁ।

୧୯୫୦ରେ କୁଡ଼ମୀମାନେ ଏହି ମର୍ଯ୍ୟାଦା ପାଉଥିଲେ। କେନ୍ଦ୍ର ସରକାର ବିନା କାରଣରେ କୁଡ଼ମୀମାନଙ୍କ ଠାରୁ ଏହି ଷ୍ଟାଟସ୍ ଛଡ଼ାଇ ନେଲେ। ୨୦୧୬ ଓ ୨୦୧୭ ମସିହାରେ ଏ ନେଇ ଆନ୍ଦୋଳନ ହୋଇଥିଲା। ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଅଭିଯୋଗ ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।