ଅପରାଧ ରାଜ୍ୟ

ଆଲୋଚନା ବିଫଳ, କୋଇଲା ପରିବହନ ଭଡ଼ା ବୃଦ୍ଧି ଦାବିରେ ରାସ୍ତାରୋକ

ସୁନ୍ଦରଗଡ଼ ୧୮।୦୯ : କୋଇଲା ପରିବହନ ଭଡ଼ା ବୃଦ୍ଧି ଦାବିରେ ରାସ୍ତାରୋକ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଚକା ବନ୍ଦ କଲା ସୁନ୍ଦରଗଡ଼ ମିଳିତ ଟ୍ରକ୍ ମାଲିକ ସଙ୍ଘ । ପ୍ରଶାସନ ସହ ଦୁଇ ଦିନ ଧରି ଚାଲିଥିବା ଆଲୋଚନା ବିଫଳ ହେବା ପରେ ମିଳିତ ଟ୍ରକ ମାଲିକ ସଙ୍ଘ କୋଇଲା ପରିବହନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଛି ।

ସେହିପରି ଭଡ଼ା ବୃଦ୍ଧି ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛି ମିଳିତ ଟ୍ରକ୍ ମାଲିକ ସଙ୍ଘ । ଆନ୍ଦୋଳନ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର କୋଇଲା ବୋଝେଇ ଟ୍ରକ ଅଟକି ରହିଛି। ବର୍ତ୍ତମାନ ତେଲ ଦର ବଢିଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ପରିବହନ ଦର ବଢାଉନଥିବାରୁ ଦେଖାଦେଇଛି ଅସନ୍ତୋଷ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।