ଅପରାଧ ରାଜ୍ୟ

ବାଇକ୍‌କୁ ଧକ୍କା ଦେଲା ମଦ ବୋଝେଇ କାର୍‌; ଭାଇ ମୃତ, ଭଉଣୀ ଗୁରୁତର

କାମାକ୍ଷାନଗର ୧୭/୦୯: ଚୋରା ଦେଶି ମଦ ବୋଝେଇ କାର ଧକ୍କାରେ ଭାଇର ମୃତ୍ୟୁ ହେବା ସହିତ ଭଉଣି ଗୁରୁତର। ମୃତକଙ୍କ ପରିଚୟ ବିଦ୍ୟାଧର ରାଉତ। ସେ କାମାକ୍ଷାନଗର ଥାନା ବାଲିପଡା ଗାଁର ବାସିନ୍ଦା। ଗୁରୁତର ଭଉଣିଙ୍କ ଉର୍ମିଳା ରାଉତ ବୋଲି ଜଣାପଡ଼ିଛି। ଉର୍ମିଳାଙ୍କୁ ଗୁରତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥନାନ୍ତର କରାଯାଇଛି।

କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଥିଲେ। ଖବର ଅନୁସାରେ, ଶନିବାର ସନ୍ଧ୍ୟାରେ ଏକ ଚୋରା ଦେଶିମଦ ବୋଝେଇ କାରକୁ ପୋଲିସ କାମାକ୍ଷାନଗରରୁ ଜିରାଳ ପର୍ଯ୍ୟନ୍ତ ପିଛା କରିଥିଲା। କାରଟି ଦୃତ ଗତିରେ ଯିବା ବେଳେ ବିପରୀତ ଦିଗରୁ ବାଇକରେ ଆସୁଥିବା ଭାଇ ଭଉଣିଙ୍କୁ ତାରା ତାରିଣୀ ମନ୍ଦିର ପାଖରେ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଭାଇର ମୃତ୍ୟୁ ହୋଇଥିଲା।

ଉର୍ମିଳାଙ୍କୁ ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର କରାଯାଇଛି। ଏପଟେ ସ୍ଥାନୀୟ ଲୋକେ ମୃତକ ପରିବାରକୁ କ୍ଷତିପୁରଣ ଦାବିରେ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ କାମାକ୍ଷାନଗର ଏସଡିପିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଏହାସହିତ ମୃତକଙ୍କୁ ରେଡକ୍ରସରୁ ସହାୟତା ଦିଆଯିବ ବୋଲି ପୋଲିସ ଅଧିକାରୀ କହିବା ପରେ ରାସ୍ତାରୋକ ହଟିଥିଲା। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏନେଇ ଅଧିକ ତଦନ୍ତ ଚଳାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।