ଅପରାଧ ରାଜ୍ୟ

ଦୁର୍ଘଟଣାରେ ୭ ଭୂଷଣ କର୍ମଚାରୀ ମୃତ

ଝାରସୁଗୁଡ଼ା/ବୁର୍ଲା : ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେର ଝାରସୁଗୁଡ଼ା ଏକ୍ସନ ଇସ୍ପାତ ଛକ ପାଖ ନିଖିଳ ଢାବା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେ‌ଲେ ରାଜେନ୍ଦ୍ର ତିୱାରୀ, ଶେର୍‌ ବାହାଦୁର, ବ୍ରିକ୍‌ପାଲ ସିଂ, ପଙ୍କଜ ଝା, ଧନକୁମାର ରାୟ, ରାଜେଶ କୁମାର ସିଂ ଓ ସୂରଜ ଠାକୁର। ସେମାନେ ସମସ୍ତେ ରାଜ୍ୟ ବାହାରର ବାସିନ୍ଦା ହୋଇଥିବା ବେଳେ ଝାରସୁଗୁଡ଼ା‌ରେ ଘରଭଡ଼ା ନେଇ ରହୁଥିଲେ ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ ଅନ୍ୟ ୨୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତ ସମ୍ବଲପୁର ଜିଲ୍ଲା ଠେଲ୍‌କୁଲିସ୍ଥିତ ଜେଏସ୍‌ଡବ୍ଲ୍ୟୁ ବିପିଏସ୍‌ଏଲ୍ (ଭୂଷଣ)ର କର୍ମଚାରୀ।

ସୂଚନା ଅନୁସାରେ, ଠେଲ୍‌କୁଲିସ୍ଥିତ ଜେଏସ୍‌ଡବ୍ଲ୍ୟୁ ବିପିଏସ୍‌ଏଲ୍ କାରଖାନାର ଟ୍ୟୁବ୍ ମିଲ୍‌ରେ କାର୍ଯ୍ୟରତ ୪୦ ଜଣ କର୍ମଚାରୀ ଜେନେରାଲ୍‌ ସିଫ୍ଟ ଡ୍ୟୁଟି
ସାରି ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟା ୨୦ରେ କାରଖାନାର ବସ୍‌ (ଓଡି ୨୩ ଏମ୍‌ ୮୧୩୧)ରେ ଝାରସୁଗଡ଼ା ଅଭିମୁଖେ ବାହାରିଥିଲେ। ଝାରସୁଗଡ଼ାର ଏକ୍ସନ ଇସ୍ପାତ ଛକ ପାଖରେ ବିପରୀତ ଦିଗରୁ ଏକ କୋଇଲା ବୋଝେଇ ହାଇୱା (ଓଆର୍‌ ୧୬ ଜି ୦୯୫୦) ଦ୍ରୁତଗତିରେ ଆସି ରାସ୍ତା ଉପରେ ଥିବା ଏକ ଗାଈକୁ ଧକ୍କା ଦେଇଥିଲା। ଗାଈକୁ ଧକ୍କା ଦେବାପରେ ହାଇୱାଟି ଭୁଲ୍ ରାସ୍ତାରେ ଯାଇ କର୍ମଚାରୀମାନଙ୍କୁ ନେଇ ଆସୁଥିବା ଏହି ବସ୍‌ ସହ ଜୋର୍‌ରେ ଘଷି ହୋଇଯାଇଥିଲା। ଫଳରେ ବସ୍‌ର ଛାତ ଓ ଗୋଟିଏ ପାଖ ଟିଣ କଭର ଚିରି ହୋଇଯାଇଥିଲା। ଦୁର୍ଘଟଣା ପରେ ହାଇୱା ଚାଳକ ଗାଡ଼ି ଛାଡ଼ି ଫେରାର ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣ ବସ୍‌ଯାତ୍ରୀ କାରଖାନା କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୪ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଜିଲ୍ଲାପାଳ ସରୋଜ ସାମଲ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଯାଇ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଛନ୍ତି। ସେହିପରି ଜେଏସ୍‌ଡବ୍ଲ୍ୟୁ ବିପିଏସ୍‌ଏଲ୍ କାରଖାନର ଉପସଭାପତି(ପ୍ରଶାସନ) ଡି.କେ.ସିହ୍ନା, ଏଚ୍ଆର୍ ମୁଖ୍ୟ ଜେ.ପି.ସିଂହ, ସିକ୍ୟୁରିଟି ମୁଖ୍ୟ ମନୋଜ ସିଂ, ପିଆର୍‌ଓ ପ୍ରମୋଦ ପାତ୍ର ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଡାକ୍ତରଖାନାରେ ପହଂଚି ଆହତ କର୍ମଚାରୀଙ୍କ ଚିକିତ୍ସା ବ୍ୟବସ୍ଥା ବୁଝୁଥିବା ଜଣାପଡ଼ିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।