ଅପରାଧ ରାଜ୍ୟ

ବାର୍‌ହା ଫାଶରେ ଗଲା ଜୀବନ, ବେପାର କରି ଘରକୁ ଫେରୁଥିଲେ ସଞ୍ଜୀବ

କଳାହାଣ୍ଡି ୧୭।୦୯: ବାର୍‌ହା ଶିକାର ପାଇଁ ବିଛାଯାଇଥିଲା ତାର । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ । କଳାହାଣ୍ଡି ଜିଲ୍ଲା ନର୍ଲା ଅଲାବୁଲ୍ଲା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବକଙ୍କ ଘର ରାମପୁରରେ ହୋଇଥିବା ବେଳେ, ତାଙ୍କ ନାମ ସଞ୍ଜୀବ ରଣା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, । ଶୁକ୍ରବାର ବିଳମ୍ବିତ ରାତିରେ ସଞ୍ଜୀବ ଭବାନୀପାଟଣାରେ ବିଲାତି ବାଇଗଣ ଦେଇ ନର୍ଲା ଫେରୁଥିଲେ । ଅଲାବୁଲ୍ଲା ନିକଟରେ ନିଜ ପିକ୍‌ଅପ୍ ଭ୍ୟାନ୍‌ ରଖି ପାଖକୁ ଶୌଚ ହେବାକୁ ଯାଇଥିଲା । ଏହି ସମୟରେ ପୋଖରୀ ନିକଟରେ ପୂର୍ବରୁ ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ।ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ସେପଟେ ଗାଡିରେ ଥିବା ହେଲ୍‌ପର ଘଟଣାସଂପର୍କରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।