ଦେଶ ବିଦେଶ ମନୋରଞ୍ଜନ

ଜ୍ୟାକ୍‌ଲିନଙ୍କ ପରେ ନୋରା ଫତେହିଙ୍କୁ ୬ ଘଣ୍ଟା ଜେରା କଲା ଦିଲ୍ଲୀ ପୋଲିସ

ମୁମ୍ୱାଇ ୧୬/୦୯: ବଲିଉଡ ଅଭିନେତ୍ରୀ ନୋରା ଫତେହି ଗୁରୁବାର ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ (EOW) ଶାଖା କାର୍ଯ୍ୟାଳୟରେ ହାଜର ହୋଇଥିଲେ। ତାଙ୍କୁ ସେଠାରେ ୬ ଘଣ୍ଟା ଜେରା କରାଯାଇଥିବା କୁହାଯାଇଛି। ସୁକେଶ ଚନ୍ଦ୍ର ଠକେଇ ମାମଲାରେ ସମ୍ପୃକ୍ତି ଥିବାରୁ ନୋରାଙ୍କୁ ଦିଲ୍ଲୀ ପୋଲିସ ପଚରଉଚୁରା କରିଛି। ଗତକାଲି ଅର୍ଥାତ ସେପ୍ଟେମ୍ୱର ୧୪ରେ ଏହି ମାମଲାରେ ହିନ୍ଦି ଚଳଚ୍ଚିତ୍ର ଅଭିନେତ୍ରୀଙ୍କୁ ଜ୍ୟାକ୍‌ଲିନ ଫର୍ଣ୍ଣାଡିଜଙ୍କୁ ଦିଲ୍ଲୀ ପୋଲିସ ଆଠ ଘଣ୍ଟା ଜେରା କରାଯାଇଥିଲା।

ସୁକେଶ ଚନ୍ଦ୍ର ୨୦୦ କୋଟି ଟଙ୍କା ଠକେଇ ମାମଲାରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜ୍ୟାକ୍‌ଲିନ ଫର୍ଣ୍ଣାଡିଜଙ୍କୁ ଅଭିଯୁକ୍ତ ଦର୍ଶାଇ ତାଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ କରିଥିଲେ। ପରେ ନୋରା ଫତେଙ୍କୁ ମଧ୍ୟ ଏହି ମାମଲାରେ ଇଡି ପରଚାଉଚୁରା କରିଥିଲା।

ଏହି ମାମଲାରେ ନେଇ ଜ୍ୟାକ୍‌ଲିନଙ୍କୁ ସହିତ ନୋରା ଫତେହିଙ୍କର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ, କିନ୍ତୁ ପିଙ୍କି ଇରାନିଙ୍କ ସହିତ ତାଙ୍କୁ ଜେରା କରିବା ପାଇଁ ଡକାଯାଇଥିଲା। ପିଙ୍କି ଇରାନି ଜାକ୍‌ଲିନ୍‌ଙ୍କୁ ସୁକେଶ ଚନ୍ଦ୍ରଙ୍କ ସହିତ ସାକ୍ଷାତ କରାଇବା ପାଇଁ ନିଯୁକ୍ତ ହୋଇଥିଲେ। ସେଥିପାଇଁ ତାଙ୍କୁ କୋଟି କୋଟି ଟଙ୍କା ଦିଆଯାଇଥିବା ଅଭିଯୋଗ ହୋଇଛି ବୋଲି ଦିଲ୍ଲୀ ପୋଲିସ କହିଛି।

ବର୍ତ୍ତମାନ ସୁଦ୍ଧା ପିଙ୍କି ଇରାନି ଏଠାରେ ଅଛନ୍ତି। ଆମେ ସେ ଦୁଇଜଣଙ୍କୁ ପଚରାଉଚୁରା କରିବାକୁ ଚାହୁଁଛୁ। ଏହି ଘଟଣାରେ ଅନେକ କିଛି ସ୍ପଷ୍ଟ ହେବା ପାଇଁ ବାକି ରହିଛି। କିନ୍ତୁ ଏହି ମାମଲାରେ ଜ୍ୟାକ୍‌ଲିନଙ୍କ ସହିତ ନୋରା ଫତେହିଙ୍କର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନ ନଥିବା ଅର୍ଥନୈତିକ ଅପରାଧ ଶାଖାର ସ୍ୱତନ୍ତ୍ର କମିଶନର ରବୀନ୍ଦ୍ର ଯାଦବ କହିଛନ୍ତି।

ନୋରା ଫତେହି ସୁକେଶ ଚନ୍ଦ୍ରଙ୍କ ଠାରୁ ଦାମି ଉପହାର ନେବା ସହିତ ଚେନ୍ନାଇରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅପରାଧିକ ଲିଙ୍କରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବୋଲି ଅଭଯୋଗ ହୋଇଛି। ଅର୍ଥନୈତିକ ଅପରାଧ ଶାଖାର ଅଧିରକାରୀମାନେ ଜ୍ୟାକ୍‌ଲିନଙ୍କ ମ୍ୟାନେଜରଙ୍କ ଠାରୁ ୮ ଲକ୍ଷ ଟଙ୍କାର ଏକ ବାଇକ୍‌ ଜବତ କରିଛନ୍ତି। ୨୦୨୧ ଫେବୃଆରୀରେ ଏହି ଦାମି ବାଇକ୍‌ ପ୍ରଶାନ୍ତଙ୍କୁ ଦିଆଯାଇଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ