ମୁମ୍ବାଇ ୨୨/୧୦: ବଲିଉଡ ଅଭିନେତା ଅନିଲ କପୁର ଲକଡାଉନରେ ଯେଉଁ ଶପଥ ନେଇଥିଲେ ତାହାକୁ ପୂରା କରିଛନ୍ତି। ସେ ନିଜ ଲୁକ୍କୁ ପୂରାପୂରି ଟ୍ରାନ୍ସଫର୍ମ କରି ନେଇଛନ୍ତି। ଏପରି ମଧ୍ୟ ଅନିଲ ନିଜ ଫିଟନେସକୁ ନେଇ ଯଥେଷ୍ଟ ସଚେତନ ରହିଥାନ୍ତି କିନ୍ତୁ ତାଙ୍କର ଏହି ନୂଆ ଲୁକ୍ ପୂର୍ବରୁ ଅଧିକ ମସ୍କୁଲାର। ସେ ନିଜର ଏହି ନୂଆ ଲୁକ୍ର ଫଟୋ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି ଏବଂ ଏହା ସହିତ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି।

ଅନିଲ୍ କପୁର ଲେଖିଛନ୍ତି ଯେ ‘ଏହି ବାପା ଜ୍ଞାନ ଦେଇନଥାନ୍ତି ,ବାସ୍ ପୋଷାକ ଖୋଲି ସମୁଦ୍ର କୂଳରେ ଓ୍ବାକ୍ କରିଥାନ୍ତି। ସମସ୍ତଙ୍କର କିଛି ନା କିଛି ଓ୍ବିକ୍ ପଏଣ୍ଟ ରହିଥାଏ ଏବଂ ମୋର ଓ୍ବିକ୍ ପଏଣ୍ଟ ହେଉଛି ଖାଇବା।’

ଅନିଲ୍ କପୁର ଲେଖିଛନ୍ତି ଯେ,‘ମୋ ଭିତରେ ପଞ୍ଜାବୀ ପୁଅର ଟେଷ୍ଟ ବଡ୍ସକୁ ଜ୍ବଳନ୍ତ ହେବାର ଆବଶ୍ୟକତା ରହିଛି,ମୋ ଆଖି ସବୁବେଳେ ମୋ ପେଟରୁ ବଡ଼ ହୋଇଥାଏ। ଲକଡାଉନ୍ ସମୟରେ,ମୁଁ ନିଜକୁ ନୂଆ ଏବଂ ଅଧିକ ସାର୍ପ ଲୁକ୍ ଦେବାର ଟାସ୍କ ରଖିଥିଲି।’ ସେ ଲେଖିଛନ୍ତି ଯେ ,‘ ଏହି ନୂଆ ଲୁକ୍ ଖାଇବା ଆଡ଼କୁ ମୋର ଏକ ନୂଆ ଆପ୍ରୋଚ୍ ହେବ। ମୁଁ ଉଦ୍ୟମ କରେ ଏବଂ ଲଢ଼େ। ଅନେକ ଥର ମୁଁ ହାରି ଯାଏ। ଘରେ ଥିବା ସମସ୍ତ ବ୍ୟକ୍ତି ଏବେ ଏଥିରେ ସାମିଲ ହୋଇ ଯାଇଛନ୍ତି। ଖାଇବା ସମୟରେ ମୋ ଖାଇବା ପ୍ରସ୍ତୁତ କରିବାଠୁ ଆରମ୍ଭ କରି ପରିବାରର ବାକି ସପୋର୍ଟିଭ ଲୋକ ଯାଏଁ ସମସ୍ତେ ମୋ ପଟେ ଛିଡ଼ା ହୁଅନ୍ତି।’

ସେ କହିଛନ୍ତି ଯେ ‘ ଫିଟନେସ୍ କେବେ ବି ଜଣେ ପୁରୁଷ କିମ୍ବା ମହିଳା ଦ୍ବାରା ମିଳିବା ଜିନିଷ ହୋଇନଥାଏ,ଏହା ସେହି ସମର୍ଥନ ଏବଂ ଉତ୍ସାହ ବିଷୟରେ ହୋଇଥାଏ ଯାହା ଆପଣଙ୍କୁ ସବୁଠୁ ବେଶି ଆବଶ୍ୟକ ହୋଇଥାଏ। ଏହା ସହଜ? ସବୁବେଳେ ନୁହେଁ,କେବଳ ଯଦି ମୁଁ ନିଜ ପ୍ରତି ସଚ୍ଚୋଟ। ଅନେକ ଥର ପଞ୍ଜାବୀ ପୁଅ ଟିକେ ଖସି ଯାଇଥାଏ କିନ୍ତୁ କିଛି ଦିନ ଏଭଳି ଫଟୋ ସବୁ କିଛି ଆଦାୟ କରାଇ ଦେଇଥାଏ।’


