ଅପରାଧ ରାଜ୍ୟ

ମହଙ୍ଗା ପଡିଲା ୯୦ କୋଟିର ଋଣ ଖିଲାପ, ରାଜଧାନୀରେ ସିଲ୍ ହେଲା ଏକ ଆପାର୍ଟମେଣ୍ଟ

ଭୁବନେଶ୍ୱର ୧୫।୦୯: ମହଙ୍ଗା ପଡିଲା ୯୦ କୋଟିର ଋଣ ଖିଲାପ । ରାଜଧାନୀରେ ସିଲ୍ ହେଲା ଏକ ଆପାର୍ଟମେଣ୍ଟ । ଭୁବନେଶ୍ୱର ଫରେଷ୍ଟ ପାର୍କ ଅଞ୍ଚଳରେ ୬ଟି ଫ୍ଲାଟ ଥିବା ଏକ ଆପାର୍ଟମେଣ୍ଟ ସିଲ୍ ହୋଇଛି । ବ୍ୟାଙ୍କରୁ ଋଣ ଖିଲାପ ଅଭିଯୋଗରେ ଆପାର୍ଟମେଣ୍ଟ ସିଲ କରିଛି ପଞ୍ଜାବ ନାସନାଲ ବ୍ୟାଙ୍କ । ସିଲ୍ ବେଳେ ଫ୍ଲାଟ୍ ରେ ରହୁଥିବା ପରିବାରଙ୍କ ଆସବାପତ୍ର ସହ ତାଙ୍କୁ ବାହାର କରି ଲକ୍ କରିଦେଇଛି ବ୍ୟାଙ୍କ୍ । ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିଲା । କ୍ୟାପିଟାଲ ପୋଲିସ୍ ଟିମ୍ ମୁତୟନ୍ କରାଯାଇଥିଲା ।

ତେବେ ଫରେଷ୍ଟ ପାର୍କର ପ୍ଲଟ ନମ୍ବର ୭୩/Aରେ ଜୟ କୁମାର ଜାଜୋଡିଆ ଓ ପବନ କୁମାର ସଜାଜୋଡିଆଙ୍କ ନାଁରେ ଥିବା ଆପାର୍ଟମେଣ୍ଟ ସିଲ କରିଛି ବ୍ୟାଙ୍କ । ସିଲ୍ ପୂର୍ବରୁ କୌଣସି ନୋଟିସ ମିଳିନଥିବା ଅଭିଯୋଗ କରିଛନ୍ତି ଫ୍ଲାଟ୍ ରେ ରହୁଥିବା ମହିଳା । ପ୍ରାୟ ୯୦ କୋଟିରୁ ଅଧିକ ଟଙ୍କାର ଋଣ ଖିଲାପ କରିଥିବା ନେଇ ବ୍ୟାଙ୍କର ନୋଟିସକୁ ଭାଓଲେସନ ଆଧାରରେ ଆପାର୍ଟମେଣ୍ଟ ସିଲ କରାଯାଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି । ଏନେଇ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୬ ଟିକିଆ ଆପାର୍ଟମେଣ୍ଟକୁ ସିଲ କରାଯାଇଛି । ଏପରିକି ଆପାର୍ଟମେଣ୍ଟର ରହୁଥିବା ଲୋକଙ୍କ ଜିନିଷ ବାହାର କରିବା ସହ ପୋଲିସ ଉପସ୍ଥିତିରେ ଘରକୁ ନିଜ କବଜାକୁ ନେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ଏହାକୁ ବିରୋଧ କରିଛନ୍ତି ମହିଳା । ବୟସ୍କ ସତ୍ବେ ଜୋରଜବରଦସ୍ତ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଜିନିଷ ବାହାର କରିଦେଇଥିବା ଅଭିଯୋଗ ଆଣିଛନ୍ତି ମହିଳା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।