ଅପରାଧ ରାଜ୍ୟ

ସ୍ୱାମୀକୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ମୃତ, ଗ୍ରାମରକ୍ଷୀଙ୍କ ପୁଅ ମାରିଛି ଗୁଳି

ନୂଆପଡ଼ା ୧୫।୦୯ : ନୂଆପଡ଼ା ଜିଲ୍ଲା କୋମନା ଥାନା ଠୁଟିବର ଗାଁରେ ଗୁଳିକାଣ୍ଡ । ଗ୍ରାମରକ୍ଷୀଙ୍କ ପୁଅର ଗୁଳିମାଡ଼ରେ ମହିଳା ମୃତ । ସ୍ୱାମୀର ଜୀବନ ବଞ୍ଚାଇବାକୁ ଯାଇ ମହିଳା ମୃତ୍ୟୁ ହୋଇଛି । ମୃତକ ଠୁଟିବର ଗାଁର କୁମୁଦିନୀ ଶବର ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଠୁଟିବର ଗାଁର ଗ୍ରାମରକ୍ଷୀଙ୍କ ପୁଅ ନିଲାମ୍ବର ସୁନା ମାତାଲ ଅବସ୍ଥାରେ ଶରତ ସାହୁଙ୍କୁ ଗୁଳିକରି ହତ୍ୟା କରିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ସ୍ବାମୀ ଶରତ ସାହୁଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ କୁମୁଦିନୀ ଶବର ସାମ୍ନାକୁ ଚାଲି ଆସିଥିଲେ । ଫଳରେ ମହିଳାଙ୍କ ପେଟରେ ଗୁଳି ବାଜିଥିଲା। ସେ ଘଟଣାସ୍ଥଳରେ ଟଳିପଡ଼ିଥିଲେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ କୋମନା ହସ୍ପିଟାଲ ଆଣିଥିବା ବେଳେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି।

ତେବେ ନିଳାମ୍ବରଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଥିବା ବେଳେ ଏକ ହତ୍ୟା ମାମଲାରେ ସେ ଜେଲ ମଧ୍ୟ ଯାଇଥିଲା । ନିଳାମ୍ଵର ଏବେ ଫେରାର ଥିବାବେଳେ ତଦନ୍ତ ଚଳାଇଛି କୋମନା ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।